Monday 24 April 2017

Chap 01-10

 ତିରୁ କୁରାଳ

ଦ୍ୱାରା ଅନୁବାଦିତ: ଗଣନାଥ ଦାସ

ଅଧାୟ ଈଶ୍ଵର ସ୍ତୁତି

ଅକାରରୁ ଅନ୍ୟସବୁ ବର୍ଣମାଳା ସସ୍ତୁତ ଏହି ବିଶ୍ଵର

ଚରାଚର ବିଶ୍ୱ ଉପୁଜାଇଛନ୍ତି ଦୟାଳୁ ଆଦି ଈଶ୍ୱର ||

ଶାସ୍ତ୍ର ଅଧ୍ୟୟନ କରି କେଉଁ ଲାଭ ନାହିଁ ଯଦି ଶୁଦ୍ଧଜ୍ଞାନ

ଶୁଦ୍ଧଜ୍ଞାନମୟ ଭଗବାନ ପଦେ କରେ ଯଦି ପ୍ରଣାମ || ||

ନିଜ ହୃଦଗତ ପ୍ରଭୁଙ୍କର ପାଦପଦ୍ମ ଯେହୁ ଲଭିପାରେ ପ୍ର

ଭୁ ନିଜଧାମ ଉଚ୍ଚତମ ଲୋକେ ଚିରଦିନ ବାସକରେ || ||

ରାଗଦ୍ବେଷ ହୀନ ପ୍ରଭୁର ଆଶ୍ରୟ ନେଇପାରେ ଯେଉଁ ଜନ

ସାଂସାରିକ ଦୁଃଖ ଦିଏ ତାହାକୁ କୌଣସି କ୍ରେଶ କଷଣ ।। ।।

ପରମଈଶ୍ଵର ସନାମ ଭଜନେ ମଗ୍ନ ରହେ ଯେଉଁ ଜନ

ପଞ୍ଚଇନ୍ଦ୍ରିୟ ନିଗ୍ରହ କରିନିଏ ଆଦି ଦେବଙ୍କ ଶରଣ

ଅଜ୍ଞାନରୁ ଜାତ ଭଲମନ୍ଦ କର୍ମ ବଣା ହୁଏ ତା ମନ ।। ||

ଧର୍ମପଥ ଅନୁସରଇ ସର୍ବଦା ନିତ୍ୟ ସୁଖୀ ସେହି ଜାଣ ।। ||

ଅନୁପମ ପ୍ରଭୁପରମେଶ୍ଵରଙ୍କ ଶରଣାଗତ ହୁଅଇ

ଜଗତରେ ଥାଇ ଚିନ୍ତାମୁକ୍ତ ହୋଇ ସୁଖ ସମ୍ଭୋଗ ଲଭଇ ।। ||

ଧର୍ମସିନ୍ଧୁ କରୁଣେଶ ଈଶ୍ଵରଙ୍କ ଶରଣାଗତ ଯେ ନର

ସେହି ନାବ ଯୋଗେ ଭବ ଦୁଃଖ - ସିନ୍ଧୁ ହୋଇ ପାରିବ ସେ ପାର ll ||

ଚେତନା - ବିହୀନ ଶିର ଥାଇ ଶିର ଥିବା ସହ ସମାନ

ଅଷ୍ଟଗୁଣଯୁକ୍ତ ପ୍ରଭୁପାଦେ ଯଦି କରଇ ନାହିଁ ପ୍ରଣାମ || ||

ପ୍ରଭୁର ଶରଣ ନେଇ ନର ଭବ - ଦୁସ୍ତର ସିନ୍ଧୁ ତରଇ

ଶରଣ ନେଇ କେହି କେବେ ସେହି ସିନ୍ଧୁ ପାର ହୋଇ ନାହିଁ ।। ୧୦ ||

 

ଅଧ୍ୟାୟ ବର୍ଷମାହାଯ୍ୟ

ଗଗନ ମଣ୍ଡଳୁ ବୃଷ୍ଟିପାତ ହେତୁ ଜୀବିତ ରହେ ସଂସାର

ସେହେତୁ ଜଗତ ମାନ୍ୟତା ଦିଅଇ ବୃଷ୍ଟି ଅମୃତର ଧାର ।। ୧୧ ||

ବର୍ଷାଜଳ ଉପୁଜାଏ ନାନା ଶସ୍ୟ ଜନଗଣଙ୍କ ଆହାର

ସେହି ବର୍ଷାଜଳ ଆବର ପାନୀୟ ଅଟେ ଜନଗଣଙ୍କର ।। ୧୨ ||

ଜଳକଣାହୀନ ହୋଇଲେ ଜଳଦ ବରଷି ଯାଏ ଉଡ଼ି

ବୃଷ୍ଟିଉପ ଜଳ ଘେରା ବିଶ୍ୱର ଲୋକେ ଥାନ୍ତି ଭୋକେ ପଡ଼ି ।। ୧୩ ||

ସୃବୃଷ୍ଟିପାତ ହେତୁରୁ କୃଷକ ଚାଷକରି ନପାରଇ

ଶସ୍ୟ ଉତ୍ପାଦନ ଶକ୍ତି କୃଷକର ନିଶ୍ଚିତ କ୍ଷୟ ହୁଅଇ ।। ୧୪ ||

ପ୍ରବଳ ବରଷା ନଷ୍ଟଭ୍ରଷ୍ଟ କରେ ଶସ୍ୟଖେତ ଘରଦ୍ଵାର

ସୁଷମ ବରଷା ପାଳଇ ସକଳେ ଉପୁଜେ ଶସ୍ୟ ସମ୍ଭାର ! ୧୫ ||

ରିମି ଝିମି ବର୍ଷା ନହୁଅଇ ଯଦି ଗଗନ ଧରଣୀ ପରେ

ଘାସ ଗଛଟିଏ ଦେଖୁବାକୁ ସ୍ୱପ୍ନ ହୋଇଯିବ ଅବହେଳେ || ୧୬ ||

ଜଳରୁ ମେଘ ଜଳକଣା ନେଇ ବର୍ଷ କରେ ଜଳଦାନ

ବର୍ଷା କମିଗଲେ କ୍ଷୀଣ ହୋଇଯାଏ , ସାଗରର ଯଶ ମାନ || ୧୭ ||

ବରଷା ଯଦିଚ ହୁଅଇ ତା ଗଗନରୁ ଯଥାକାଳେ

ନିତ୍ୟ ଦେବପୂଜା ଉତ୍ସବ ସକଳ ଲୋପହେବ ନିଶ୍ଚିତରେ ।। ୧୮ ||

ସୁବିଶାଳ ଏହି ଜଗତର ଯେତେ ଦାନପୁଣ୍ୟ ତପମାନ

ଅନାବୃଷ୍ଟି ହେତୁ ଏସବୁ ମହତ କର୍ମ ହୋଇଯାଏ କ୍ଷୀଣ ।। ୧୯ ||

ସଲିଳ ବିହୁନେ ଅଚଳ ଜଗତେ ହୁଏ କରମ ସକଳ

ବରଷା ବିହୁନେ ମିଳିବ ଜଗତେ କାହିଁ ଲୋଡ଼ା ଯେତେ ଜଳ || ୨୦ ||

 

ଅଧ୍ୟାୟ ସନ୍ୟାସୀ ମହିମା

ଜ୍ଞାନବନ୍ତ ଯେଉଁ ସନ୍ନ୍ୟାସୀ ଯଦିଚ ସଦାଚାରଶୀଳ ହୁଏ

ଶାସ୍ତ୍ର ଉପଦେଶ ମାନି ଚଳେ ଯଦି ସନ୍ୟାସୀ ଶ୍ରେଷ୍ଠ ବୋଲାଏ | ୨୧ ||

ସନ୍ୟାସୀର ଯେତେ ଯେତେକ ମହିମା ଜାଣିବା ପ୍ରୟାସ କଲେ

ଜଗତରେ କେତେ ମୃତ ଲୋକ ତାହା ଗଣନା କରିବା ତୁଲେ || ୨୨ ||

ଜନ୍ମ ମୃତ୍ୟୁ ମୋକ୍ଷ ତତ୍ତ୍ବ ଜ୍ଞାନ ଲଭି କଲେ ସନ୍ନ୍ୟାସ ଗ୍ରହଣ

ମହିମା ତାଙ୍କର ପ୍ରକାଶ ଲଭଇ ସାରା ଜଗତରେ ଜାଣ ।। ୨୩ ।।

ଜ୍ଞାନର ଅଙ୍କୁଶ ଦୃଢ଼ଭରେ ଚାଳି ଇନ୍ଦ୍ରିୟ କରିଲେ ବଶ

ମୋକ୍ଷଲାଭ ସୂତ୍ର ଅକାରୀ ହୋଇ ଲଭିବ ଅକ୍ଷୟ ଯଶ ।। ୨୪ ||

ଇନ୍ଦ୍ରିୟପଞ୍ଚକ ଯା ନିୟନ୍ତ୍ରିତ ଅଗାଧଶକ୍ତି ତାହାର

ସ୍ଵର୍ଗ ଅଧୀଶ୍ୱର ମଘବା ଅଟନ୍ତି ବିଶିଷ୍ଟ ସାକ୍ଷୀ ତହିଁର ।। ୨୫ ||

କଷ୍ଟସାଧ୍ୟ କର୍ମ ଅନାୟାସେ କରେ ସେହି ସେ ମହାନ ଜନ

ଦୁଷ୍କର କର୍ମ ଯେ କରି ପାରଇ ଅଧମ ରୂପେ ହିଁ ଗଣ୍ୟ || ୨୬ ||

ସ୍ପର୍ଶ ରୂପ ରସ ଗନ୍ଧ ଶବ୍ଦ ସୂକ୍ଷ୍ମରୂପ ପଞ୍ଚଭୂତଙ୍କର

ସବୁର ଗୂଢ଼ତ ଯେ ବୁଝାଇ ବୁଝେ ଜଗତର ।। ୨୭ ||

ମହିମା - ସିଦ୍ଧ ଯେ ସନ୍ୟାସୀ ତାଙ୍କର ବଚନ ଅମୋଘ ହୁଏ

ଗୃଢ଼ମନ୍ତ୍ର ରୂପେ ବାଣୀ ତାହାଙ୍କର ଜଗତେ ପ୍ରସିଦ୍ଧି ପାଏ ।। ୨୮ ||

ଶୀଳର ଶିଖର ଆରୂଢ଼ିଙ୍କ କୋପ କ୍ଷଣିକ ସେ ଭୟଙ୍କର

ତହିଁର କୁଫଳ ସହିବା ଅଟଇ ଅତିମାତ୍ରାରେ ଦୁଷ୍କର ।। ୨୯ ||

ସକଳ ଜୀବଙ୍କ ସହ ଦୟାପୂର୍ଣ୍ଣ ବ୍ୟବହାର ଯେହୁ କରେ

ଦୟାଶୀଳରୂପେ ଅଭିହିତ ହୁଏ ପରିଚିତ ଜଗତରେ ।। ୩୦ ||

 

ଅଧ୍ୟାୟ ଧର୍ମର ବିଶିଷ୍ଟତା

ଧର୍ମାଚରଣରୁ ଉପଜାତ ହୁଏ ଧନ , କୀର୍ତ୍ତି ଜଗତର

ଧର୍ମରୁ ଅଧୁକ ଲାଭପ୍ରଦ କିବା ଅଛି କହ ମାନବର ? || ୩୧ ||

ଧର୍ମମାର୍ଗଠାରୁ ବଳି ଆଉ କିଛି ଅଛି କି ଜଗତେ ଶ୍ରେୟ

ଧର୍ମମାର୍ଗ ଭୁଲି ଅଧର୍ମ କରିବାଠାରୁ ନାହିଁ କିଛି ହେୟ ।। ୩୨ ||

ଧର୍ମଯୁକ୍ତ କର୍ମ କରଣୀୟ ସଦା ମନ କର୍ମ ବଚନରେ

ଯଥାଶକ୍ତି ଧର୍ମ ଆଚରିବା ଶ୍ରେୟ ସବୁଠାରେ ସଦାବେଳେ ।। ୩୩ ।।

ନିର୍ମଳ ମନରେ ସମ୍ପାଦିତ କର୍ମ ସାର ଧର୍ମ ବିବେଚିତ

ହୃଦ ମନ ବିରହିତ କର୍ମମାନ ଆଡ଼ମ୍ବର ଅକିଞ୍ଚିତ ।। ୩୪

କ୍ରୋଧ ଲୋଭ ଈର୍ଷା ବିରହିତ କର୍ମ କଟୁତାହୀନ ବଚନ

ଧର୍ମରୂପେ ବିବେଚିତ ଜଗତରେ ଧର୍ମାଚରଣ ହିଁ ଧର୍ମ ।। ୩୫ ||

କଳିଗୋଳ କର ମରଣ ପର୍ଯ୍ୟନ୍ତ ଧର୍ମ କରିବାକୁ ଭୁଲ

ତନୁ ଛାଡ଼ି ପ୍ରାଣ ଗଲାବେଳେ ଏକା ଧର୍ମ ସାଥୀ ମାନବର ।। ୩୬ ||

ଧର୍ମର ସୁଫଳ କେଉଁ ପରକାର କରି ହେବକି ପ୍ରମାଣ ?

ସବାରି ଆରୂଢ଼ ଧର୍ମର ପ୍ରତୀକ ବାହକ ଅଧର୍ମ ଜାଣ ।। ୩୭ ||

ବିଅର୍ଥରେ ଦିନ ହରାଇ ଯଦି ଧର୍ମକାର୍ଯ୍ୟ ଦିଏ ମନ

ସେହି ଧର୍ମ ଶିଳାରୂପେ ଠିଆହୋଇ ରୋବ ତାପୁନର୍ଜନ୍ମ ।। ୩୮ ||

ଧରମ କର୍ମର ସୁଫଳ ପ୍ରକୃତ ସୁଖଦାୟକ ଜୀବନେ

ଅନ୍ୟ କର୍ମରୁ ମିଳଇ କି ସୁଖ ଅବା କୀ ଜନେ ।। ୩୯ ||

କରଣୀୟ ଯେଉଁ କର୍ଭବ୍ୟ ନରର ଧର୍ମଯୁକ୍ତ ତାହା ଜାଣ

ନିନ୍ଦନୀୟ ଯେଉଁ କର୍ମମାନ ତାହା ବର୍ଜନୀୟ ତତକ୍ଷଣ ।। ୪୦ ||

 

ଅଧ୍ୟାୟ ଗାର୍ହସ୍ଥ୍ୟ

ଧର୍ମଶୀଳ ଯେଉଁ ଗୃହୀ ଅନ୍ୟ ତିନି ଆଶ୍ରମୀଙ୍କୁ ହିତକାରୀ

କରିଥାଏ ଯଥାସାଧ୍ୟ ସେମାନଙ୍କ ସେବା ଧର୍ମ ଅନୁସରି ।। ୪୧ ||

ଗୃହୀ ସେମାନଙ୍କ ମଧ୍ୟରେ ଦୀନଙ୍କ ଯଥାସାଧ୍ୟ ସେବା କରେ ।

ଅନାଥ ଆଶ୍ରୟହୀନ ଜନଙ୍କର ପାଳନର ପଥ ଧରେ ।। ୪୨ ||

ଦେବ ପିତୃଲୋକ ଅତିଥୁ ବାନ୍ଧବ ପାଞ୍ଚ ନିଜକୁ ମିଶାଇ ।

ଏ ସକଳଙ୍କର ନିର୍ବାହ କରିବା ଗୃହସ୍ଥର ଧର୍ମ କହି ।। ୪୩ ।।

ପାପଭୀରୁ ହୋଇ ଧର୍ମ ଅନୁସରି ଧନ ଅରଜନ କର ।

ଯଥୋଚିତ ଅଂଶ ଦିଅ ଦରିଦ୍ରକୁ ରକ୍ଷାହେବ ପରିବାର ।। ୪୪ ||

ଗାର୍ହସ୍ଥ୍ୟ ଜୀବନ ପ୍ରେମପୂର୍ଣ୍ଣ ତଥା ଧର୍ମଯୁକ୍ତ ଯଦି ହୁଏ ।

ଧନ୍ୟ ସେହି ଶୀଳଯୁକ୍ତ ନର ବହୁ ସୁଫଳ ସେ ପ୍ରାପ୍ତ ହୁଏ ।। ୪୫ ||

ଧର୍ମ - ମାର୍ଗ ଅନୁସରି ଗୃହୀ ଯଦି ନିର୍ବାହେ କର୍ତ୍ତବ୍ୟ କର୍ମ ।

ତେବେ ସେ କିପାଇଁ ଗ୍ରହଣ କରିବ ଅପର କେଉଁ ଆଶ୍ରମ ? || ୪୬ ||

ଗାର୍ହସ୍ଥ୍ୟ ଧର୍ମକୁ ଉଚିତ ମାର୍ଗରେ ଯେଉଁ ଗୃହସ୍ଥ ପାଳଇ ।

ସାଧକଗଣଙ୍କ ମଧ୍ୟରେ ମାନବ ଅଗ୍ରଗଣ୍ୟ ସେ ବୋଲାଇ ।। ୪୭ ||

ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ନ ହୋଇ ସର୍ବେ ସୁପଥେ ଚଳାଏ ।

ଏ ରୂପ ଗୃହସ୍ଥ କ୍ଷମାଶୀଳ ହେଲେ ସନ୍ନ୍ୟାସୀକୁ ବଳିଯାଏ । ୪୮ ||

ଗୃହୀର ଜୀବନଚର୍ଯ୍ୟା ହିଁ ପରମ ଧର୍ମମାର୍ଗ କୁହାଯାଏ ।

ଅନବଦ୍ୟ ତାହା ଯଦିଚ ଗୃହସ୍ଥ ନିନ୍ଦା ଏଡ଼ି ପାରୁଥାଏ || ୪୯ ||

ଧର୍ମ - ମାର୍ଗ ଅନୁସରି ଗୃହୀ ଯଦି ପୂଜାପାଏ ଦେବପରି ।

ଇହକାଳ ପରେ ଦେବଲୋକେ ଲଭେ ସମ୍ମାନ ଦେବତା ସରି ।। ୫୦ ||

 

ଅଧ୍ୟାୟ ସହଧର୍ମିଣୀ ଉର୍ଷ

ଦୟାଗୁଣଶୀଳା ଭଉଁ ଅନୁଗାମୀ ଯେଉଁ ନାରୀ ଜୀବନରେ

ଆଦର୍ଶ ଗୃହିଣୀ ଯଦି ସେ ଭର୍ଭାର ଆୟତୁଲ୍ୟ ବ୍ୟୟ କରେ ।। ୫୧ ||

ହୋଇଥାଉ ଅନ୍ୟ ଗୁଣରେ ଭୂଷିତ ଥିଲେ ଗୃହିଣୀ - ଗୁଣ

ଏରୂପ ଗୃହସ୍ଥ ଲଭେ ଜଗତେ ସାର ଗୃହସ୍ଥ ଜୀବନ ।। ୫୨ ||

ଗୃହିଣୀ ଯଦ୍ୟପି ସୁଧର୍ମିଣୀ ତେବେ ଗୃହୀର ଜୀବନ ଧନ୍ୟ

ଗୃହିଣୀ ନୋହିଲେ ସୁଧର୍ମିଣୀ ଗୃହୀ ଜୀବନ ମହିମା - ଶୂନ୍ୟ ।। ୫୩ ।।

ଗୃହିଣୀରୁ ବଳି ଶ୍ରେଷ୍ଠ ସମ୍ପଦ ସେ କିସ ଲଭିପାରେ ନର

ଗୃହିଣୀ ପାଳଇ ଯଦି ପତିବ୍ରତା - ବ୍ରତ ହୋଇ ଦୃଢ଼ତର ।। ୫୪ ||

ସତୀନାରୀ ପୂଜା କରେ ଦେବତା ପୂଜଇ ସ୍ୱାମୀ ତାହାରି

ମେଘକୁ ବରଷ ' ବୋଲି କହିଲେ ସେ ଗଗନୁ ବରଷେ ବାରି ।। ୫୫ ||

ରକ୍ଷାକରେ ଯେଉଁ ଗୃହିଣୀ ନିଜର ସତୀତ୍ଵ ସ୍ଵାମୀର ଯଶ

ଗୃହର ସୁଯଶ ରକ୍ଷାକରେ ତଥା ସେହି ଗୃହିଣୀ ବିଶେଷ ।। ୫୬ ||

ନାରୀର ସତୀତ୍ୱ ରକ୍ଷା କରି ପାଳେ ପାତିବ୍ରତ୍ୟ ଧର୍ମ ତା

କାରାଗାର ରଚି ପ୍ରହରୀ ରଖୁବା ନୁହେଁ ଉପାୟ ତହିଁର ।। ୫୭ ||

ପତିକୁ ସମ୍ମାନ ପୂଜା ଅରପିଲେ ପ୍ରେମ ତାହାର ଲଭିବ

ଇହଲୋକ ତଥା ଦେବଲୋକେ ବହୁ ସମ୍ମାନ ଲାଭ କରିବ ।। ୫୮ ||

ଗୃହିଣୀ ଯଦିଚ ରକ୍ଷା କରଇ ପତିବ୍ରତା ଯଶ ମାନ

ଭର୍ଭା କି ନିନ୍ଦୁକ ପାଖେ କରିପାରେ ଶାର୍ଦ୍ଧଳ ସମ ଗୁମାନ ।। ୫୯ ||

ଗୃହିଣୀ ଚରିତ୍ର ଉପରେ ନିର୍ଭର ଗୃହ ଯଶ ଗୁଣ ମାନ

ଗୃହିଣୀର ଦିବ୍ୟଭୂଷଣ ତାହାର ସୁଯୋଗ୍ୟ ସନ୍ତାନ ଗଣ ।। ୬୦ ||

 

ଅଧାୟ ସନ୍ତାନ

ଧୀମାନ ସନ୍ତାନଠାରୁ ସମକ ସୁଯୋଗ୍ୟ କେଉଁ ବିଭବ ?

ଜଗତରେ ତହୁଁ ଅଧୁକ ସୁଯୋଗ୍ୟ ବିଭବ କାହୁଁ ମିଳିବ ? 11 ୬୧ ||

ସପତ ଜନମତକ ଜନନୀକୁ ଛୁଇଁ କି ପାରେ ଅନିଷ୍ଟ

ଯଦ୍ୟପି ସେ ଲାଭ କରଇ ସନ୍ତାନ ବଳବାନ ଗୁଣଶ୍ରେଷ୍ଠ ।। ୬୨ ||

ନିଜ ସନ୍ତାନର ସୁକର୍ମ ହେତୁରୁ ନିଜେ ଲଭେ କୀଭିଯଶ

ସନ୍ତାନ ଆବର ବୁଦ୍ଧିମାନ ହେଲେ ଧନିକ ହୁଏ ଅବଶ୍ୟ ।। ୬୩ ||

ସନ୍ତାନର କ୍ଷୁଦ୍ର କ୍ଷୁଦ୍ର ହାତେ ବଢ଼ା ଖାଦ୍ୟର ମିଷ୍ଟତା ଶ୍ରେଷ୍ଠ

ଦେବଗଣଙ୍କର ସୁସ୍ବାଦୁ ଅମୃତଠାରୁ ଅଟଇ ସ୍ଵାଦିଷ୍ଟ ।। ୬୪ ||

ସନ୍ତାନର ଅଙ୍ଗ ସ୍ପର୍ଶ ଲାଗେ ପିତାମାତାଙ୍କୁ ଅତି କୋମଳ

ତାହାର ଦରୋଟି ବଚନ ଶୁତିକୁ ସବୁଠାରୁ ସୁମଧୁର ।। ୬୫ ||

ଶୁଣି ନାହିଁ ଯେହୁ ଦରୋଟି ବଚନ ସନ୍ତାନର ନିଜ କାନେ

ବୀଣାର ନିଃସ୍ଵନ ବଂଶୀସ୍ଵନକୁ ସେ ସୁମଧୁର ବୋଲି ମଣେ ୬୬ ||

ପିତା କରେ ଉପକାର ସନ୍ତାନର କରି ତାକୁ ବିଦ୍ୟାଦାନ

ପଣ୍ଡିତ ସମାଜେ ପୁତ୍ର ଲଭିଥାଏ ମାନନୀୟ ଅଗ୍ରସ୍ଥାନ ।। ୬୭ ||

ସନ୍ତାନର ବିଦ୍ୟା ଅର୍ଜନ ନିଜକୁ ଦିଅଇ ଦିବ୍ୟ ସନ୍ତୋଷ

ବିଦ୍ୟାବାନ ପୁତ୍ର ସାରା ଜଗତକୁ ଦାନକରେ ପରିତୋଷ ।। ୬୮ ||

ପୁତ୍ରଜନ୍ମ ସୁଖଠାରୁ ସମକ ମାତାର ଆନନ୍ଦ ମନ

ମହାତ୍ମାଙ୍କ ଠାରୁ ଶୁଣେ ଯଦି ପୁତ୍ର ବିଦ୍ଵାନ ସୁଗୁଣବାନ ।। ୬୯ ||

ପିତା କରିଥିବା ସବୁ ଉପକାର ଶୁଝିଦିଏ ସୁସନ୍ତାନ

ଯଦି ' ଧନ୍ୟ ପିତା ଏହାରକହନ୍ତି ସକଳ ଜଗତ ଜନ ।। ୭୦ ||

 

ଅଧ୍ୟାୟ ପ୍ରେମଭାବ

ଅଟକାଇ ରଖିହେବ କି ହୃଦୟ ପ୍ରେମୀଜନ ପ୍ରେମଧାର

ପ୍ରକାଶ କରଇ ତାହା ଅନାୟାସେ ଅଶୁଧାର ନୟନର ।। ୭୧ ||

ପ୍ରେମଭାବ ହୃଦେ ନାହିଁ ଯାର ସଦା ରହେ ସ୍ବାର୍ଥରତ ହୋଇ

ପ୍ରେମୀଜନ ଅନ୍ୟ ନିମିତ୍ତ ତାହାର ଜୀବନଦାନ କରଇ ।। ୭୨ ||

ଦେହ ଦେହଗତ ପ୍ରାଣ ପ୍ରେମ ବଶୁ ହୋଇଛନ୍ତି ଏକତ୍ରିତ

ପ୍ରେମକୁ ସାକାର କରିବା ଉଦ୍ଦେଶ୍ୟ ଜ୍ଞାନୀ ଗୁଣୀଙ୍କର ମତ ।। ୭୩ ।।

ଦେହପ୍ରାଣଙ୍କର ମିଳନ ପାଇଁକି ପ୍ରେମ ହିଁ ଉସ ତହିଁର

ତହିଁରୁ ଉଭୂତ ବନ୍ଧୁତା ଅଟଇ ମାନବ ସମ୍ପର୍କ ସାର ।। ୭୪ ||

ପ୍ରେମଭାବପୂର୍ଣ୍ଣ ଗ୍ରହୀ ଲାଭକରେ ସାଂସାରିକ ସୁଖ ଯେତେ

ପାରତ୍ରିକ ସୁଖ ଯୋଗ ଲିଭେ ତଥା ପଣ୍ଡିତ ଜନଙ୍କ ମତେ ।। ୭୫ ||

ପ୍ରେମ ଏକା ଧର୍ମ ସାଧନ ଉପାୟ ନୁହେଁ ଏହା ଗ୍ରହଣୀୟ

ସେହି ପ୍ରେମ କରିପାରେ ସମଭାବେ ଅଧର୍ମର ସୁସହାୟ ।। ୭୬ ||

ହାଡ଼ହୀନ କୀଟ ହୁଅଇ ଅସ୍ଥିର ଲଭି ସୌର ତାପ ଘର୍ମ

ନରକୁ ସେପରି କରେ ହରବର ତା ପ୍ରେମହୀନ ଧର୍ମ ।। ୭୭ ||

ମରୁଭୂମି ମଧେ ରହେ ତରୁ ଯଥା ନବ କିଶଳୟ - ଶୂନ୍ୟ

ତଥା ଜଗତରେ ପ୍ରେମହୀନ ଜନ ରହେ ହୃଦୟ - ବିହୀନ ।। ୭୮ ||

ଅଙ୍ଗ ପ୍ରତ୍ୟଙ୍ଗର କେଉଁ ଲାଭ ଯଦି ହୃଦୟ ପ୍ରେମବିହୀନ

ଅନ୍ତର ଯାହାର ପ୍ରେମଭାବ - ଶୂନ୍ୟ ଶରୀର ଥାଇ କି କାମ ? || ୭୯ ||

ପ୍ରେମମାର୍ଗ ଅନୁସରଇ ଯେ ଜନ ପ୍ରାଣବନ୍ତ ତନୁ ତା

ହୃଦି ପ୍ରେମଭାବ - ହୀନ ଯେଉଁ ଜନ ଅସ୍ଥି ଚର୍ମ ମାତ୍ର ସାର ୮୦ ||

 

ଅଧାୟ ଅତିଥି ସତ୍କାର

ସଂସାର ନିଜ ଚଳାଇ ଯେ ଗୃହସ୍ଥ ସଞ୍ଚଇ କିଛି ସମ୍ବଳ

ଆଦରେ ଅତି ସତ୍କାର କରିବା ସାର କର୍ତ୍ତବ୍ୟ ତାହାର ।। ୮୧ ||

ପଦାରେ ବସାଇଦେଇ ଅତିଥିକୁ ଭିତରେ ଆସନେ ବସି

ଅମୃତ ସେବନ କଲେ ହେଁ ସେ ନର ଅର୍ଜିବ ପାତକରାଶି ।। ୮୨ ||

ପ୍ରତିଦିନ ଯେହୁ ଅତିଥି ସତ୍କାର କରଇ ସଦା ଗୃହସ୍ଥ

ଜୀବନରେ ସେହୁ ଦରିଦ୍ରତାବଗୁଁ ହୁଅଇ ଅସ୍ତବ୍ୟସ୍ତ ।। ୮୩ ।।

ପ୍ରସନ୍ନ ଚିତ୍ତରେ ଯେ ନିତି କରଇ ଯୋଗ୍ୟ ଅତିଥ୍ୟ ସତ୍କାର

ଲକ୍ଷ୍ମୀଦେବୀ ତା ସଦନରେ ସଦା ସୁଖେ କରନ୍ତି ବିହାର ୮୪ ||

ଅତିଥିଗଣଙ୍କୁ ଖୁଆଇ ଗୃହସ୍ଥ ଶେଷରେ ଯେ ନିଜେ ଖାଏ

ତାବିଲରେ ଶସ୍ୟ ଉପୁଜାଇବାକୁ ମଞ୍ଜି କିବା ଲୋଡ଼ା ହୁଏ ।। ୮୫ ||

ଅତିଥି ସତ୍କାର କରି ଯେଉଁ ଜନ ଚାହିଁରହେ ଆନପାଇଁ

ତାକୁ ଦେବଲୋକେ ଅତିଥୀ ହେବାକୁ ସୁରେ ଥିବେ ବାଟ ଚାହିଁ ।। ୮୬ ||

ଆତିଥ୍ୟ - ଯଜ୍ଞର ସୁଫଳ କଳିବା ସମ୍ଭବ କିଦା ନୁହଇ

ଅତିଥର ନିଜ ସାମର୍ଥ୍ୟ ଉପରେ ତାହା ନିର୍ଭର କରଇ ।। ୮୭ ||

ଘୋର ପରିଶ୍ରମ କରି ସେଥୁବା ଧନସବୁ ଉଡ଼ିଯାଏ

କାନ୍ଦ ହତଭାଗା ଅତିଥ୍ୟ ସତ୍କାର କରି ଦଶା ପାଏ  ||୮୮||

ଅତିଥ ଅବଜ୍ଞା କରଇ ଯେ ଜନ ମୂଖି ମଧେ ସେହି ଗଣ୍ୟ

ଅମାପ ସମ୍ପଦ ଥାଇ ମଧ୍ୟ ସେହି ଲୋକ - ଚକ୍ଷୁରେ ନିଧନ ।। ୮୯ ||

ଆଘ୍ରାଣ ମାତ୍ରକେ ଶିରୀଷ ସୁମନ ଝାଉଁଳି ପଡ଼ଇ ହେଳେ

ସାମାନ୍ୟ ବିମୁଖ ଦେଖୁଲେ ଅତିଥ ତହିଁରୁ ବେଗେ ଝାଉଁଳେ ।। o ||

 

ଅଧାୟ ୧୦ ମଧୁର ଭାଷଣ

ଧର୍ମପ୍ରାଣ ବ୍ୟକ୍ତି ମୁଖର ବଚନ ପ୍ରେମସିକ୍ତ ନିପଟ

ଶୀତଳ ମଧୁର ବଚନ ମନକୁ କରିଥାଏ ସଦା ତୃପ୍ତ ।। ୯୧ ||

ମନ - ପ୍ରସନ୍ନତା ସହିତ କଲେହେଁ ଦରିଦ୍ରକୁ ଭିକ୍ଷାଦାନ

ମୁଖ - ପ୍ରସନ୍ନତା ମଧୁର ଭାଷଣ ଥିବାହିଁ ବିହିତ ଜାଣ ।। ୯୨ ||

ମୁଖମଣ୍ଡଳରେ ପ୍ରଶାନ୍ତ ମଧୁର ପ୍ରିୟଭାବ ଧରି ପୁଣି

ଅମୃତ ମଧୁର ବଚନ କହିବା ସତ୍ୟ ଧର୍ମ ବୋଲି ଜାଣି ।। ୯୩ ||

କୋମଳ ମଧୁର ବଚନ ଯେ ସଦା କହି ତୋତେ ଜନମନ

ଦୁଃଖ - ବଦ୍ଧକ ଦରିଦ୍ରତା ତାସଙ୍ଗ ତ୍ୟାଗ କରଇ ବହନ || ||

ମୁଖେ ମୃଦୁ ପୁଣି ମଧୁର ବଚନ ନମ୍ର ସ୍ଵଭାବ ଯାହାର

ଜଗତରେ ଶ୍ରେଷ୍ଠ ଭୂଷଣ ତାହାହିଁ ଅନ୍ୟ କିବା ଅଳଙ୍କାର ।। ୯୫ ||

ଅଧର୍ମର ହ୍ରାସ ହୁଅଇ ତୁରିତ ସୁଧର୍ମର ଅଭୁଝାନ

ବାଛି ବାଛି ଯଦି ସୁମିଷ୍ଟ ବଚନ କହଇ ସଦା ସୁଜନ ୯୬ ||

ମଧୁର କୋମଳ ମିଷ୍ଟ ଶିଷ୍ଟ କଥା ଅପରକୁ ସୁଖକର

ନିଜକୁ ଦିଅଇ ନ୍ୟାୟନୀତିଜ୍ଞାନ ସୁକୃତି ପ୍ରଦାନକର ।। ୯୭ ||

ନୀଚଭାବ ବିରହିତ ମିଷ୍ଟଭାଷା କରଇ ଯେ ବ୍ୟବହାର

ଇହଲୋକ ପରଲୋକେ ସୁଖ ଭୋଗ ଲଭଇ ସେ ନିରନ୍ତର ।। ୯୮ ||

ମଧୁର ବଚନ ମିଷ୍ଟ ଫଳ ସମ ସ୍ବାଦ ଜାଣିଥାଏ ଯିଏ

କଟୁକ ବଚନ କିପାଇଁ କହିବ ସନ୍ତାପ କେବଳ ଦିଏ ୯୯ ||

ସୁମଧୁର ବାଣୀ ଛାଡ଼ି ଯେଉଁ ଜନ କହଇ କଟୁ ବଚନ

ମିଷ୍ଟ ପରିପକ୍ଵ ଫଳ ଥାଉଁ ଥାଉଁ କଞ୍ଚ କରଇ ଭୋଜନ ।। ୧୦୦ ||

 

ସୁଚୀ ପତ୍ର (Table of contents)