Monday, 24 April 2017

Chap 01-10

 ତିରୁ କୁରାଳ

ଦ୍ୱାରା ଅନୁବାଦିତ: ଗଣନାଥ ଦାସ

ଅଧାୟ ୧ ଈଶ୍ଵର ସ୍ତୁତି

ଅକାରରୁ ଅନ୍ୟସବୁ ବର୍ଣମାଳା ସସ୍ତୁତ ଏହି ବିଶ୍ଵର ।

ଚରାଚର ବିଶ୍ୱ ଉପୁଜାଇଛନ୍ତି ଦୟାଳୁ ଆଦି ଈଶ୍ୱର । ୧ ||

ଶାସ୍ତ୍ର ଅଧ୍ୟୟନ କରି କେଉଁ ଲାଭ ନାହିଁ ଯଦି ଶୁଦ୍ଧଜ୍ଞାନ

ଶୁଦ୍ଧଜ୍ଞାନମୟ ଭଗବାନ ପଦେ ନ କରେ ଯଦି ପ୍ରଣାମ || ୨ ||

ନିଜ ହୃଦଗତ ପ୍ରଭୁଙ୍କର ପାଦପଦ୍ମ ଯେହୁ ଲଭିପାରେ । ପ୍ର

ଭୁ ନିଜଧାମ ଉଚ୍ଚତମ ଲୋକେ ଚିରଦିନ ବାସକରେ || ୩ ||

ରାଗଦ୍ବେଷ ହୀନ ପ୍ରଭୁର ଆଶ୍ରୟ ନେଇପାରେ ଯେଉଁ ଜନ ।

ସାଂସାରିକ ଦୁଃଖ ନ ଦିଏ ତାହାକୁ କୌଣସି କ୍ରେଶ କଷଣ ।। ୪ ।।

ପରମଈଶ୍ଵର ସନାମ ଭଜନେ ମଗ୍ନ ରହେ ଯେଉଁ ଜନ ।

ପଞ୍ଚଇନ୍ଦ୍ରିୟ ନିଗ୍ରହ କରିନିଏ ଆଦି ଦେବଙ୍କ ଶରଣ ।

ଅଜ୍ଞାନରୁ ଜାତ ଭଲମନ୍ଦ କର୍ମ ବଣା ନ ହୁଏ ତା ମନ ।। ୫ ||

ଧର୍ମପଥ ଅନୁସରଇ ସର୍ବଦା ନିତ୍ୟ ସୁଖୀ ସେହି ଜାଣ ।। ୬ ||

ଅନୁପମ ପ୍ରଭୁପରମେଶ୍ଵରଙ୍କ ଶରଣାଗତ ହୁଅଇ ।

ଜଗତରେ ଥାଇ ଚିନ୍ତାମୁକ୍ତ ହୋଇ ସୁଖ ସମ୍ଭୋଗ ଲଭଇ ।। ୭ ||

ଧର୍ମସିନ୍ଧୁ କରୁଣେଶ ଈଶ୍ଵରଙ୍କ ଶରଣାଗତ ଯେ ନର ।

ସେହି ନାବ ଯୋଗେ ଭବ ଦୁଃଖ - ସିନ୍ଧୁ ହୋଇ ପାରିବ ସେ ପାର ll ୮ ||

ଚେତନା - ବିହୀନ ଶିର ଥାଇ ଶିର ନ ଥିବା ସହ ସମାନ ।

ଅଷ୍ଟଗୁଣଯୁକ୍ତ ପ୍ରଭୁପାଦେ ଯଦି କରଇ ନାହିଁ ପ୍ରଣାମ || ୯ ||

ପ୍ରଭୁର ଶରଣ ନେଇ ନର ଭବ - ଦୁସ୍ତର ସିନ୍ଧୁ ତରଇ ।

ଶରଣ ନ ନେଇ କେହି କେବେ ସେହି ସିନ୍ଧୁ ପାର ହୋଇ ନାହିଁ ।। ୧୦ ||

 

ଅଧ୍ୟାୟ ୨ ବର୍ଷମାହାଯ୍ୟ

ଗଗନ ମଣ୍ଡଳୁ ବୃଷ୍ଟିପାତ ହେତୁ ଜୀବିତ ରହେ ସଂସାର ।

ସେହେତୁ ଜଗତ ମାନ୍ୟତା ଦିଅଇ ବୃଷ୍ଟି ଅମୃତର ଧାର ।। ୧୧ ||

ବର୍ଷାଜଳ ଉପୁଜାଏ ନାନା ଶସ୍ୟ ଜନଗଣଙ୍କ ଆହାର ।

ସେହି ବର୍ଷାଜଳ ଆବର ପାନୀୟ ଅଟେ ଜନଗଣଙ୍କର ।। ୧୨ ||

ଜଳକଣାହୀନ ହୋଇଲେ ଜଳଦ ନ ବରଷି ଯାଏ ଉଡ଼ି ।

ବୃଷ୍ଟିଉପ ଜଳ ଘେରା ବିଶ୍ୱର ଲୋକେ ଥାନ୍ତି ଭୋକେ ପଡ଼ି ।। ୧୩ ||

ସୃବୃଷ୍ଟିପାତ ହେତୁରୁ କୃଷକ ଚାଷକରି ନପାରଇ ।

ଶସ୍ୟ ଉତ୍ପାଦନ ଶକ୍ତି କୃଷକର ନିଶ୍ଚିତ କ୍ଷୟ ହୁଅଇ ।। ୧୪ ||

ପ୍ରବଳ ବରଷା ନଷ୍ଟଭ୍ରଷ୍ଟ କରେ ଶସ୍ୟଖେତ ଘରଦ୍ଵାର ।

ସୁଷମ ବରଷା ପାଳଇ ସକଳେ ଉପୁଜେ ଶସ୍ୟ ସମ୍ଭାର ! ୧୫ ||

ରିମି ଝିମି ବର୍ଷା ନହୁଅଇ ଯଦି ଗଗନ ଧରଣୀ ପରେ ।

ଘାସ ଗଛଟିଏ ଦେଖୁବାକୁ ସ୍ୱପ୍ନ ହୋଇଯିବ ଅବହେଳେ || ୧୬ ||

ଜଳରୁ ମେଘ ଜଳକଣା ନେଇ ବର୍ଷ କରେ ଜଳଦାନ ।

ବର୍ଷା କମିଗଲେ କ୍ଷୀଣ ହୋଇଯାଏ , ସାଗରର ଯଶ ମାନ || ୧୭ ||

ବରଷା ଯଦିଚ ନ ହୁଅଇ ତା’ର ଗଗନରୁ ଯଥାକାଳେ ।

ନିତ୍ୟ ଦେବପୂଜା ଉତ୍ସବ ସକଳ ଲୋପହେବ ନିଶ୍ଚିତରେ ।। ୧୮ ||

ସୁବିଶାଳ ଏହି ଜଗତର ଯେତେ ଦାନପୁଣ୍ୟ ତପମାନ ।

ଅନାବୃଷ୍ଟି ହେତୁ ଏସବୁ ମହତ କର୍ମ ହୋଇଯାଏ କ୍ଷୀଣ ।। ୧୯ ||

ସଲିଳ ବିହୁନେ ଅଚଳ ଜଗତେ ହୁଏ କରମ ସକଳ ।

ବରଷା ବିହୁନେ ମିଳିବ ଜଗତେ କାହିଁ ଲୋଡ଼ା ଯେତେ ଜଳ || ୨୦ ||

 

ଅଧ୍ୟାୟ ୩ ସନ୍ୟାସୀ ମହିମା

ଜ୍ଞାନବନ୍ତ ଯେଉଁ ସନ୍ନ୍ୟାସୀ ଯଦିଚ ସଦାଚାରଶୀଳ ହୁଏ ।

ଶାସ୍ତ୍ର ଉପଦେଶ ମାନି ଚଳେ ଯଦି ସନ୍ୟାସୀ ଶ୍ରେଷ୍ଠ ବୋଲାଏ | ୨୧ ||

ସନ୍ୟାସୀର ଯେତେ ଯେତେକ ମହିମା ଜାଣିବା ପ୍ରୟାସ କଲେ ।

ଜଗତରେ କେତେ ମୃତ ଲୋକ ତାହା ଗଣନା କରିବା ତୁଲେ || ୨୨ ||

ଜନ୍ମ ମୃତ୍ୟୁ ମୋକ୍ଷ ତତ୍ତ୍ବ ଜ୍ଞାନ ଲଭି କଲେ ସନ୍ନ୍ୟାସ ଗ୍ରହଣ ।

ମହିମା ତାଙ୍କର ପ୍ରକାଶ ଲଭଇ ସାରା ଜଗତରେ ଜାଣ ।। ୨୩ ।।

ଜ୍ଞାନର ଅଙ୍କୁଶ ଦୃଢ଼ଭରେ ଚାଳି ଇନ୍ଦ୍ରିୟ କରିଲେ ବଶ ।

ମୋକ୍ଷଲାଭ ସୂତ୍ର ଅକାରୀ ହୋଇ ଲଭିବ ଅକ୍ଷୟ ଯଶ ।। ୨୪ ||

ଇନ୍ଦ୍ରିୟପଞ୍ଚକ ଯା’ର ନିୟନ୍ତ୍ରିତ ଅଗାଧଶକ୍ତି ତାହାର ।

ସ୍ଵର୍ଗ ଅଧୀଶ୍ୱର ମଘବା ଅଟନ୍ତି ବିଶିଷ୍ଟ ସାକ୍ଷୀ ତହିଁର ।। ୨୫ ||

କଷ୍ଟସାଧ୍ୟ କର୍ମ ଅନାୟାସେ କରେ ସେହି ସେ ମହାନ ଜନ ।

ଦୁଷ୍କର କର୍ମ ଯେ କରି ନ ପାରଇ ଅଧମ ରୂପେ ହିଁ ଗଣ୍ୟ || ୨୬ ||

ସ୍ପର୍ଶ ରୂପ ରସ ଗନ୍ଧ ଶବ୍ଦ ସୂକ୍ଷ୍ମରୂପ ପଞ୍ଚଭୂତଙ୍କର ।

ଏ ସବୁର ଗୂଢ଼ତ ଯେ ବୁଝାଇ ବୁଝେ ତ ଜଗତର ।। ୨୭ ||

ମହିମା - ସିଦ୍ଧ ଯେ ସନ୍ୟାସୀ ତାଙ୍କର ବଚନ ଅମୋଘ ହୁଏ ।

ଗୃଢ଼ମନ୍ତ୍ର ରୂପେ ବାଣୀ ତାହାଙ୍କର ଜଗତେ ପ୍ରସିଦ୍ଧି ପାଏ ।। ୨୮ ||

ଶୀଳର ଶିଖର ଆରୂଢ଼ିଙ୍କ କୋପ କ୍ଷଣିକ ସେ ଭୟଙ୍କର ।

ତହିଁର କୁଫଳ ସହିବା ଅଟଇ ଅତିମାତ୍ରାରେ ଦୁଷ୍କର ।। ୨୯ ||

ସକଳ ଜୀବଙ୍କ ସହ ଦୟାପୂର୍ଣ୍ଣ ବ୍ୟବହାର ଯେହୁ କରେ ।

ଦୟାଶୀଳରୂପେ ଅଭିହିତ ହୁଏ ପରିଚିତ ଜଗତରେ ।। ୩୦ ||

 

ଅଧ୍ୟାୟ ୪ ଧର୍ମର ବିଶିଷ୍ଟତା

ଧର୍ମାଚରଣରୁ ଉପଜାତ ହୁଏ ଧନ , କୀର୍ତ୍ତି ଜଗତର ।

ଧର୍ମରୁ ଅଧୁକ ଲାଭପ୍ରଦ କିବା ଅଛି କହ ମାନବର ? || ୩୧ ||

ଧର୍ମମାର୍ଗଠାରୁ ବଳି ଆଉ କିଛି ଅଛି କି ଜଗତେ ଶ୍ରେୟ ।

ଧର୍ମମାର୍ଗ ଭୁଲି ଅଧର୍ମ କରିବାଠାରୁ ନାହିଁ କିଛି ହେୟ ।। ୩୨ ||

ଧର୍ମଯୁକ୍ତ କର୍ମ କରଣୀୟ ସଦା ମନ କର୍ମ ବଚନରେ ।

ଯଥାଶକ୍ତି ଧର୍ମ ଆଚରିବା ଶ୍ରେୟ ସବୁଠାରେ ସଦାବେଳେ ।। ୩୩ ।।

ନିର୍ମଳ ମନରେ ସମ୍ପାଦିତ କର୍ମ ସାର ଧର୍ମ ବିବେଚିତ ।

ହୃଦ ମନ ବିରହିତ କର୍ମମାନ ଆଡ଼ମ୍ବର ଅକିଞ୍ଚିତ ।। ୩୪ ।

କ୍ରୋଧ ଲୋଭ ଈର୍ଷା ବିରହିତ କର୍ମ କଟୁତାହୀନ ବଚନ ।

ଧର୍ମରୂପେ ବିବେଚିତ ଜଗତରେ ଧର୍ମାଚରଣ ହିଁ ଧର୍ମ ।। ୩୫ ||

କଳିଗୋଳ କର ମରଣ ପର୍ଯ୍ୟନ୍ତ ଧର୍ମ କରିବାକୁ ଭୁଲ ।

ତନୁ ଛାଡ଼ି ପ୍ରାଣ ଗଲାବେଳେ ଏକା ଧର୍ମ ସାଥୀ ମାନବର ।। ୩୬ ||

ଧର୍ମର ସୁଫଳ କେଉଁ ପରକାର କରି ହେବକି ପ୍ରମାଣ ?

ସବାରି ଆରୂଢ଼ ଧର୍ମର ପ୍ରତୀକ ବାହକ ଅଧର୍ମ ଜାଣ ।। ୩୭ ||

ବିଅର୍ଥରେ ଦିନ ନ ହରାଇ ଯଦି ଧର୍ମକାର୍ଯ୍ୟ ଦିଏ ମନ ।

ସେହି ଧର୍ମ ଶିଳାରୂପେ ଠିଆହୋଇ ରୋବ ତା ’ ପୁନର୍ଜନ୍ମ ।। ୩୮ ||

ଧରମ କର୍ମର ସୁଫଳ ପ୍ରକୃତ ସୁଖଦାୟକ ଜୀବନେ ।

ଅନ୍ୟ କର୍ମରୁ ନ ମିଳଇ କି ସୁଖ ଅବା କୀ ଜନେ ।। ୩୯ ||

କରଣୀୟ ଯେଉଁ କର୍ଭବ୍ୟ ନରର ଧର୍ମଯୁକ୍ତ ତାହା ଜାଣ ।

ନିନ୍ଦନୀୟ ଯେଉଁ କର୍ମମାନ ତାହା ବର୍ଜନୀୟ ତତକ୍ଷଣ ।। ୪୦ ||

 

ଅଧ୍ୟାୟ ୫ ଗାର୍ହସ୍ଥ୍ୟ

ଧର୍ମଶୀଳ ଯେଉଁ ଗୃହୀ ଅନ୍ୟ ତିନି ଆଶ୍ରମୀଙ୍କୁ ହିତକାରୀ ।

କରିଥାଏ ଯଥାସାଧ୍ୟ ସେମାନଙ୍କ ସେବା ଧର୍ମ ଅନୁସରି ।। ୪୧ ||

ଗୃହୀ ସେମାନଙ୍କ ମଧ୍ୟରେ ଦୀନଙ୍କ ଯଥାସାଧ୍ୟ ସେବା କରେ ।

ଅନାଥ ଆଶ୍ରୟହୀନ ଜନଙ୍କର ପାଳନର ପଥ ଧରେ ।। ୪୨ ||

ଦେବ ପିତୃଲୋକ ଅତିଥୁ ବାନ୍ଧବ ପାଞ୍ଚ ନିଜକୁ ମିଶାଇ ।

ଏ ସକଳଙ୍କର ନିର୍ବାହ କରିବା ଗୃହସ୍ଥର ଧର୍ମ କହି ।। ୪୩ ।।

ପାପଭୀରୁ ହୋଇ ଧର୍ମ ଅନୁସରି ଧନ ଅରଜନ କର ।

ଯଥୋଚିତ ଅଂଶ ଦିଅ ଦରିଦ୍ରକୁ ରକ୍ଷାହେବ ପରିବାର ।। ୪୪ ||

ଗାର୍ହସ୍ଥ୍ୟ ଜୀବନ ପ୍ରେମପୂର୍ଣ୍ଣ ତଥା ଧର୍ମଯୁକ୍ତ ଯଦି ହୁଏ ।

ଧନ୍ୟ ସେହି ଶୀଳଯୁକ୍ତ ନର ବହୁ ସୁଫଳ ସେ ପ୍ରାପ୍ତ ହୁଏ ।। ୪୫ ||

ଧର୍ମ - ମାର୍ଗ ଅନୁସରି ଗୃହୀ ଯଦି ନିର୍ବାହେ କର୍ତ୍ତବ୍ୟ କର୍ମ ।

ତେବେ ସେ କିପାଇଁ ଗ୍ରହଣ କରିବ ଅପର କେଉଁ ଆଶ୍ରମ ? || ୪୬ ||

ଗାର୍ହସ୍ଥ୍ୟ ଧର୍ମକୁ ଉଚିତ ମାର୍ଗରେ ଯେଉଁ ଗୃହସ୍ଥ ପାଳଇ ।

ସାଧକଗଣଙ୍କ ମଧ୍ୟରେ ମାନବ ଅଗ୍ରଗଣ୍ୟ ସେ ବୋଲାଇ ।। ୪୭ ||

ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ନ ହୋଇ ସର୍ବେ ସୁପଥେ ଚଳାଏ ।

ଏ ରୂପ ଗୃହସ୍ଥ କ୍ଷମାଶୀଳ ହେଲେ ସନ୍ନ୍ୟାସୀକୁ ବଳିଯାଏ । ୪୮ ||

ଗୃହୀର ଜୀବନଚର୍ଯ୍ୟା ହିଁ ପରମ ଧର୍ମମାର୍ଗ କୁହାଯାଏ ।

ଅନବଦ୍ୟ ତାହା ଯଦିଚ ଗୃହସ୍ଥ ନିନ୍ଦା ଏଡ଼ି ପାରୁଥାଏ || ୪୯ ||

ଧର୍ମ - ମାର୍ଗ ଅନୁସରି ଗୃହୀ ଯଦି ପୂଜାପାଏ ଦେବପରି ।

ଇହକାଳ ପରେ ଦେବଲୋକେ ଲଭେ ସମ୍ମାନ ଦେବତା ସରି ।। ୫୦ ||

 

ଅଧ୍ୟାୟ ୬ ସହଧର୍ମିଣୀ ଉର୍ଷ

ଦୟାଗୁଣଶୀଳା ଭଉଁ ଅନୁଗାମୀ ଯେଉଁ ନାରୀ ଜୀବନରେ ।

ଆଦର୍ଶ ଗୃହିଣୀ ଯଦି ସେ ଭର୍ଭାର ଆୟତୁଲ୍ୟ ବ୍ୟୟ କରେ ।। ୫୧ ||

ହୋଇଥାଉ ଅନ୍ୟ ଗୁଣରେ ଭୂଷିତ ନ ଥିଲେ ଗୃହିଣୀ - ଗୁଣ ।

ଏରୂପ ଗୃହସ୍ଥ ନ ଲଭେ ଜଗତେ ସାର ଗୃହସ୍ଥ ଜୀବନ ।। ୫୨ ||

ଗୃହିଣୀ ଯଦ୍ୟପି ସୁଧର୍ମିଣୀ ତେବେ ଗୃହୀର ଜୀବନ ଧନ୍ୟ ।

ଗୃହିଣୀ ନୋହିଲେ ସୁଧର୍ମିଣୀ ଗୃହୀ ଜୀବନ ମହିମା - ଶୂନ୍ୟ ।। ୫୩ ।।

ଗୃହିଣୀରୁ ବଳି ଶ୍ରେଷ୍ଠ ସମ୍ପଦ ସେ କିସ ଲଭିପାରେ ନର ।

ଗୃହିଣୀ ପାଳଇ ଯଦି ପତିବ୍ରତା - ବ୍ରତ ହୋଇ ଦୃଢ଼ତର ।। ୫୪ ||

ସତୀନାରୀ ପୂଜା ନ କରେ ଦେବତା ପୂଜଇ ସ୍ୱାମୀ ତାହାରି ।

ମେଘକୁ ବରଷ ' ବୋଲି କହିଲେ ସେ ଗଗନୁ ବରଷେ ବାରି ।। ୫୫ ||

ରକ୍ଷାକରେ ଯେଉଁ ଗୃହିଣୀ ନିଜର ସତୀତ୍ଵ ସ୍ଵାମୀର ଯଶ ।

ଗୃହର ସୁଯଶ ରକ୍ଷାକରେ ତଥା ସେହି ଗୃହିଣୀ ବିଶେଷ ।। ୫୬ ||

ନାରୀର ସତୀତ୍ୱ ରକ୍ଷା କରି ପାଳେ ପାତିବ୍ରତ୍ୟ ଧର୍ମ ତା’ର ।

କାରାଗାର ରଚି ପ୍ରହରୀ ରଖୁବା ନୁହେଁ ଉପାୟ ତହିଁର ।। ୫୭ ||

ପତିକୁ ସମ୍ମାନ ପୂଜା ଅରପିଲେ ପ୍ରେମ ତାହାର ଲଭିବ ।

ଇହଲୋକ ତଥା ଦେବଲୋକେ ବହୁ ସମ୍ମାନ ଲାଭ କରିବ ।। ୫୮ ||

ଗୃହିଣୀ ଯଦିଚ ରକ୍ଷା ନ କରଇ ପତିବ୍ରତା ଯଶ ମାନ ।

ଭର୍ଭା କି ନିନ୍ଦୁକ ପାଖେ କରିପାରେ ଶାର୍ଦ୍ଧଳ ସମ ଗୁମାନ ।। ୫୯ ||

ଗୃହିଣୀ ଚରିତ୍ର ଉପରେ ନିର୍ଭର ଗୃହ ଯଶ ଗୁଣ ମାନ ।

ଗୃହିଣୀର ଦିବ୍ୟଭୂଷଣ ତାହାର ସୁଯୋଗ୍ୟ ସନ୍ତାନ ଗଣ ।। ୬୦ ||

 

ଅଧାୟ ୭ ସନ୍ତାନ

ଧୀମାନ ସନ୍ତାନଠାରୁ ସମକ ସୁଯୋଗ୍ୟ କେଉଁ ବିଭବ ?

ଜଗତରେ ତହୁଁ ଅଧୁକ ସୁଯୋଗ୍ୟ ବିଭବ କାହୁଁ ମିଳିବ ? 11 ୬୧ ||

ସପତ ଜନମତକ ଜନନୀକୁ ଛୁଇଁ କି ପାରେ ଅନିଷ୍ଟ ।

ଯଦ୍ୟପି ସେ ଲାଭ କରଇ ସନ୍ତାନ ବଳବାନ ଗୁଣଶ୍ରେଷ୍ଠ ।। ୬୨ ||

ନିଜ ସନ୍ତାନର ସୁକର୍ମ ହେତୁରୁ ନିଜେ ଲଭେ କୀଭିଯଶ ।

ସନ୍ତାନ ଆବର ବୁଦ୍ଧିମାନ ହେଲେ ଧନିକ ହୁଏ ଅବଶ୍ୟ ।। ୬୩ ||

ସନ୍ତାନର କ୍ଷୁଦ୍ର କ୍ଷୁଦ୍ର ହାତେ ବଢ଼ା ଖାଦ୍ୟର ମିଷ୍ଟତା ଶ୍ରେଷ୍ଠ ।

ଦେବଗଣଙ୍କର ସୁସ୍ବାଦୁ ଅମୃତଠାରୁ ଅଟଇ ସ୍ଵାଦିଷ୍ଟ ।। ୬୪ ||

ସନ୍ତାନର ଅଙ୍ଗ ସ୍ପର୍ଶ ଲାଗେ ପିତାମାତାଙ୍କୁ ଅତି କୋମଳ ।

ତାହାର ଦରୋଟି ବଚନ ଶୁତିକୁ ସବୁଠାରୁ ସୁମଧୁର ।। ୬୫ ||

ଶୁଣି ନାହିଁ ଯେହୁ ଦରୋଟି ବଚନ ସନ୍ତାନର ନିଜ କାନେ ।

ବୀଣାର ନିଃସ୍ଵନ ବଂଶୀସ୍ଵନକୁ ସେ ସୁମଧୁର ବୋଲି ମଣେ ॥ ୬୬ ||

ପିତା କରେ ଉପକାର ସନ୍ତାନର କରି ତାକୁ ବିଦ୍ୟାଦାନ ।

ପଣ୍ଡିତ ସମାଜେ ପୁତ୍ର ଲଭିଥାଏ ମାନନୀୟ ଅଗ୍ରସ୍ଥାନ ।। ୬୭ ||

ସନ୍ତାନର ବିଦ୍ୟା ଅର୍ଜନ ନିଜକୁ ଦିଅଇ ଦିବ୍ୟ ସନ୍ତୋଷ ।

ବିଦ୍ୟାବାନ ପୁତ୍ର ସାରା ଜଗତକୁ ଦାନକରେ ପରିତୋଷ ।। ୬୮ ||

ପୁତ୍ରଜନ୍ମ ସୁଖଠାରୁ ସମକ ମାତାର ଆନନ୍ଦ ମନ ।

ମହାତ୍ମାଙ୍କ ଠାରୁ ଶୁଣେ ଯଦି ପୁତ୍ର ବିଦ୍ଵାନ ସୁଗୁଣବାନ ।। ୬୯ ||

ପିତା କରିଥିବା ସବୁ ଉପକାର ଶୁଝିଦିଏ ସୁସନ୍ତାନ ।

ଯଦି ' ଧନ୍ୟ ପିତା ଏହାର ’ କହନ୍ତି ସକଳ ଜଗତ ଜନ ।। ୭୦ ||

 

ଅଧ୍ୟାୟ ୮ ପ୍ରେମଭାବ

ଅଟକାଇ ରଖିହେବ କି ହୃଦୟ ପ୍ରେମୀଜନ ପ୍ରେମଧାର ।

ପ୍ରକାଶ କରଇ ତାହା ଅନାୟାସେ ଅଶୁଧାର ନୟନର ।। ୭୧ ||

ପ୍ରେମଭାବ ହୃଦେ ନାହିଁ ଯାର ସଦା ରହେ ସ୍ବାର୍ଥରତ ହୋଇ ।

ପ୍ରେମୀଜନ ଅନ୍ୟ ନିମିତ୍ତ ତାହାର ଜୀବନଦାନ କରଇ ।। ୭୨ ||

ଦେହ ଦେହଗତ ପ୍ରାଣ ପ୍ରେମ ବଶୁ ହୋଇଛନ୍ତି ଏକତ୍ରିତ ।

ପ୍ରେମକୁ ସାକାର କରିବା ଉଦ୍ଦେଶ୍ୟ ଜ୍ଞାନୀ ଗୁଣୀଙ୍କର ମତ ।। ୭୩ ।।

ଦେହପ୍ରାଣଙ୍କର ମିଳନ ପାଇଁକି ପ୍ରେମ ହିଁ ଉସ ତହିଁର ।

ତହିଁରୁ ଉଭୂତ ବନ୍ଧୁତା ଅଟଇ ମାନବ ସମ୍ପର୍କ ସାର ।। ୭୪ ||

ପ୍ରେମଭାବପୂର୍ଣ୍ଣ ଗ୍ରହୀ ଲାଭକରେ ସାଂସାରିକ ସୁଖ ଯେତେ ।

ପାରତ୍ରିକ ସୁଖ ଯୋଗ ଲିଭେ ତଥା ପଣ୍ଡିତ ଜନଙ୍କ ମତେ ।। ୭୫ ||

ପ୍ରେମ ଏକା ଧର୍ମ ସାଧନ ଉପାୟ ନୁହେଁ ଏହା ଗ୍ରହଣୀୟ ।

ସେହି ପ୍ରେମ କରିପାରେ ସମଭାବେ ଅଧର୍ମର ସୁସହାୟ ।। ୭୬ ||

ହାଡ଼ହୀନ କୀଟ ହୁଅଇ ଅସ୍ଥିର ଲଭି ସୌର ତାପ ଘର୍ମ ।

ନରକୁ ସେପରି କରେ ହରବର ତା’ର ପ୍ରେମହୀନ ଧର୍ମ ।। ୭୭ ||

ମରୁଭୂମି ମଧେ ରହେ ତରୁ ଯଥା ନବ କିଶଳୟ - ଶୂନ୍ୟ ।

ତଥା ଜଗତରେ ପ୍ରେମହୀନ ଜନ ରହେ ହୃଦୟ - ବିହୀନ ।। ୭୮ ||

ଅଙ୍ଗ ପ୍ରତ୍ୟଙ୍ଗର କେଉଁ ଲାଭ ଯଦି ହୃଦୟ ପ୍ରେମବିହୀନ ।

ଅନ୍ତର ଯାହାର ପ୍ରେମଭାବ - ଶୂନ୍ୟ ଶରୀର ଥାଇ କି କାମ ? || ୭୯ ||

ପ୍ରେମମାର୍ଗ ଅନୁସରଇ ଯେ ଜନ ପ୍ରାଣବନ୍ତ ତନୁ ତା’ର ।

ହୃଦି ପ୍ରେମଭାବ - ହୀନ ଯେଉଁ ଜନ ଅସ୍ଥି ଚର୍ମ ମାତ୍ର ସାର ।୮୦ ||

 

ଅଧାୟ ୯ ଅତିଥି ସତ୍କାର

ସଂସାର ନିଜ ଚଳାଇ ଯେ ଗୃହସ୍ଥ ସଞ୍ଚଇ କିଛି ସମ୍ବଳ ।

ଆଦରେ ଅତି ସତ୍କାର କରିବା ସାର କର୍ତ୍ତବ୍ୟ ତାହାର ।। ୮୧ ||

ପଦାରେ ବସାଇଦେଇ ଅତିଥିକୁ ଭିତରେ ଆସନେ ବସି ।

ଅମୃତ ସେବନ କଲେ ହେଁ ସେ ନର ଅର୍ଜିବ ପାତକରାଶି ।। ୮୨ ||

ପ୍ରତିଦିନ ଯେହୁ ଅତିଥି ସତ୍କାର କରଇ ସଦା ଗୃହସ୍ଥ ।

ଜୀବନରେ ସେହୁ ଦରିଦ୍ରତାବଗୁଁ ନ ହୁଅଇ ଅସ୍ତବ୍ୟସ୍ତ ।। ୮୩ ।।

ପ୍ରସନ୍ନ ଚିତ୍ତରେ ଯେ ନିତି କରଇ ଯୋଗ୍ୟ ଅତିଥ୍ୟ ସତ୍କାର ।

ଲକ୍ଷ୍ମୀଦେବୀ ତା’ର ସଦନରେ ସଦା ସୁଖେ କରନ୍ତି ବିହାର ।୮୪ ||

ଅତିଥିଗଣଙ୍କୁ ଖୁଆଇ ଗୃହସ୍ଥ ଶେଷରେ ଯେ ନିଜେ ଖାଏ ।

ତା ’ ବିଲରେ ଶସ୍ୟ ଉପୁଜାଇବାକୁ ମଞ୍ଜି କିବା ଲୋଡ଼ା ହୁଏ ।। ୮୫ ||

ଅତିଥି ସତ୍କାର କରି ଯେଉଁ ଜନ ଚାହିଁରହେ ଆନପାଇଁ ।

ତାକୁ ଦେବଲୋକେ ଅତିଥୀ ହେବାକୁ ସୁରେ ଥିବେ ବାଟ ଚାହିଁ ।। ୮୬ ||

ଆତିଥ୍ୟ - ଯଜ୍ଞର ସୁଫଳ କଳିବା ସମ୍ଭବ କିଦା ନୁହଇ ।

ଅତିଥର ନିଜ ସାମର୍ଥ୍ୟ ଉପରେ ତାହା ନିର୍ଭର କରଇ ।। ୮୭ ||

ଘୋର ପରିଶ୍ରମ କରି ସେଥୁବା ଧନସବୁ ଉଡ଼ିଯାଏ ।

କାନ୍ଦ ହତଭାଗା ଅତିଥ୍ୟ ସତ୍କାର ନ କରି ଏ ଦଶା ପାଏ  ||୮୮||

ଅତିଥ ଅବଜ୍ଞା କରଇ ଯେ ଜନ ମୂଖି ମଧେ ସେହି ଗଣ୍ୟ ।

ଅମାପ ସମ୍ପଦ ଥାଇ ମଧ୍ୟ ସେହି ଲୋକ - ଚକ୍ଷୁରେ ନିଧନ ।। ୮୯ ||

ଆଘ୍ରାଣ ମାତ୍ରକେ ଶିରୀଷ ସୁମନ ଝାଉଁଳି ପଡ଼ଇ ହେଳେ ।

ସାମାନ୍ୟ ବିମୁଖ ଦେଖୁଲେ ଅତିଥ ତହିଁରୁ ବେଗେ ଝାଉଁଳେ ।। ୯ o ||

 

ଅଧାୟ ୧୦ ମଧୁର ଭାଷଣ

ଧର୍ମପ୍ରାଣ ବ୍ୟକ୍ତି ମୁଖର ବଚନ ପ୍ରେମସିକ୍ତ ନିପଟ ।

ଶୀତଳ ମଧୁର ବଚନ ମନକୁ କରିଥାଏ ସଦା ତୃପ୍ତ ।। ୯୧ ||

ମନ - ପ୍ରସନ୍ନତା ସହିତ କଲେହେଁ ଦରିଦ୍ରକୁ ଭିକ୍ଷାଦାନ ।

ମୁଖ - ପ୍ରସନ୍ନତା ମଧୁର ଭାଷଣ ଥିବାହିଁ ବିହିତ ଜାଣ ।। ୯୨ ||

ମୁଖମଣ୍ଡଳରେ ପ୍ରଶାନ୍ତ ମଧୁର ପ୍ରିୟଭାବ ଧରି ପୁଣି ।

ଅମୃତ ମଧୁର ବଚନ କହିବା ସତ୍ୟ ଧର୍ମ ବୋଲି ଜାଣି ।। ୯୩ ||

କୋମଳ ମଧୁର ବଚନ ଯେ ସଦା କହି ତୋତେ ଜନମନ ।

ଦୁଃଖ - ବଦ୍ଧକ ଦରିଦ୍ରତା ତା ’ ସଙ୍ଗ ତ୍ୟାଗ କରଇ ବହନ || ୪ ||

ମୁଖେ ମୃଦୁ ପୁଣି ମଧୁର ବଚନ ନମ୍ର ସ୍ଵଭାବ ଯାହାର ।

ଜଗତରେ ଶ୍ରେଷ୍ଠ ଭୂଷଣ ତାହାହିଁ ଅନ୍ୟ କିବା ଅଳଙ୍କାର ।। ୯୫ ||

ଅଧର୍ମର ହ୍ରାସ ହୁଅଇ ତୁରିତ ସୁଧର୍ମର ଅଭୁଝାନ ।

ବାଛି ବାଛି ଯଦି ସୁମିଷ୍ଟ ବଚନ କହଇ ସଦା ସୁଜନ ୯୬ ||

ମଧୁର କୋମଳ ମିଷ୍ଟ ଶିଷ୍ଟ କଥା ଅପରକୁ ସୁଖକର ।

ନିଜକୁ ଦିଅଇ ନ୍ୟାୟନୀତିଜ୍ଞାନ ସୁକୃତି ପ୍ରଦାନକର ।। ୯୭ ||

ନୀଚଭାବ ବିରହିତ ମିଷ୍ଟଭାଷା କରଇ ଯେ ବ୍ୟବହାର ।

ଇହଲୋକ ପରଲୋକେ ସୁଖ ଭୋଗ ଲଭଇ ସେ ନିରନ୍ତର ।। ୯୮ ||

ମଧୁର ବଚନ ମିଷ୍ଟ ଫଳ ସମ ସ୍ବାଦ ଜାଣିଥାଏ ଯିଏ ।

କଟୁକ ବଚନ କିପାଇଁ କହିବ ସନ୍ତାପ କେବଳ ଦିଏ । ୯୯ ||

ସୁମଧୁର ବାଣୀ ଛାଡ଼ି ଯେଉଁ ଜନ କହଇ କଟୁ ବଚନ ।

ମିଷ୍ଟ ପରିପକ୍ଵ ଫଳ ଥାଉଁ ଥାଉଁ କଞ୍ଚ କରଇ ଭୋଜନ ।। ୧୦୦ ||

 

ସୁଚୀ ପତ୍ର (Table of contents)