ତିରୁ କୁରାଳ
ଦ୍ୱାରା ଅନୁବାଦିତ:
ଗଣନାଥ ଦାସ
ଅଧାୟ ୧ ଈଶ୍ଵର ସ୍ତୁତି |
ଅକାରରୁ ଅନ୍ୟସବୁ ବର୍ଣମାଳା ସସ୍ତୁତ ଏହି ବିଶ୍ଵର । ଚରାଚର ବିଶ୍ୱ ଉପୁଜାଇଛନ୍ତି ଦୟାଳୁ ଆଦି ଈଶ୍ୱର । ୧ || ଶାସ୍ତ୍ର ଅଧ୍ୟୟନ କରି କେଉଁ ଲାଭ ନାହିଁ ଯଦି ଶୁଦ୍ଧଜ୍ଞାନ ଶୁଦ୍ଧଜ୍ଞାନମୟ ଭଗବାନ ପଦେ ନ କରେ ଯଦି ପ୍ରଣାମ || ୨ || ନିଜ ହୃଦଗତ ପ୍ରଭୁଙ୍କର ପାଦପଦ୍ମ ଯେହୁ ଲଭିପାରେ । ପ୍ର ଭୁ ନିଜଧାମ ଉଚ୍ଚତମ ଲୋକେ ଚିରଦିନ ବାସକରେ || ୩ || ରାଗଦ୍ବେଷ ହୀନ ପ୍ରଭୁର ଆଶ୍ରୟ ନେଇପାରେ ଯେଉଁ ଜନ । ସାଂସାରିକ ଦୁଃଖ ନ ଦିଏ ତାହାକୁ କୌଣସି କ୍ରେଶ କଷଣ ।। ୪ ।। ପରମଈଶ୍ଵର ସନାମ ଭଜନେ ମଗ୍ନ ରହେ ଯେଉଁ ଜନ । ପଞ୍ଚଇନ୍ଦ୍ରିୟ ନିଗ୍ରହ କରିନିଏ ଆଦି ଦେବଙ୍କ ଶରଣ । ଅଜ୍ଞାନରୁ ଜାତ ଭଲମନ୍ଦ କର୍ମ ବଣା ନ ହୁଏ ତା ମନ ।। ୫ || ଧର୍ମପଥ ଅନୁସରଇ ସର୍ବଦା ନିତ୍ୟ ସୁଖୀ ସେହି ଜାଣ ।। ୬ || ଅନୁପମ ପ୍ରଭୁପରମେଶ୍ଵରଙ୍କ ଶରଣାଗତ ହୁଅଇ । ଜଗତରେ ଥାଇ ଚିନ୍ତାମୁକ୍ତ ହୋଇ ସୁଖ ସମ୍ଭୋଗ ଲଭଇ ।। ୭ || ଧର୍ମସିନ୍ଧୁ କରୁଣେଶ ଈଶ୍ଵରଙ୍କ ଶରଣାଗତ ଯେ ନର । ସେହି ନାବ ଯୋଗେ ଭବ ଦୁଃଖ - ସିନ୍ଧୁ ହୋଇ ପାରିବ ସେ ପାର ll ୮ || ଚେତନା - ବିହୀନ ଶିର ଥାଇ ଶିର ନ ଥିବା ସହ ସମାନ । ଅଷ୍ଟଗୁଣଯୁକ୍ତ ପ୍ରଭୁପାଦେ ଯଦି କରଇ ନାହିଁ ପ୍ରଣାମ || ୯ || ପ୍ରଭୁର ଶରଣ ନେଇ ନର ଭବ - ଦୁସ୍ତର ସିନ୍ଧୁ ତରଇ । ଶରଣ ନ ନେଇ କେହି କେବେ ସେହି ସିନ୍ଧୁ ପାର ହୋଇ ନାହିଁ ।। ୧୦ || |
ଅଧ୍ୟାୟ ୨ ବର୍ଷମାହାଯ୍ୟ |
ଗଗନ ମଣ୍ଡଳୁ ବୃଷ୍ଟିପାତ ହେତୁ ଜୀବିତ ରହେ ସଂସାର । ସେହେତୁ ଜଗତ ମାନ୍ୟତା ଦିଅଇ ବୃଷ୍ଟି ଅମୃତର ଧାର ।। ୧୧ || ବର୍ଷାଜଳ ଉପୁଜାଏ ନାନା ଶସ୍ୟ ଜନଗଣଙ୍କ ଆହାର । ସେହି ବର୍ଷାଜଳ ଆବର ପାନୀୟ ଅଟେ ଜନଗଣଙ୍କର ।। ୧୨ || ଜଳକଣାହୀନ ହୋଇଲେ ଜଳଦ ନ ବରଷି ଯାଏ ଉଡ଼ି । ବୃଷ୍ଟିଉପ ଜଳ ଘେରା ବିଶ୍ୱର ଲୋକେ ଥାନ୍ତି ଭୋକେ ପଡ଼ି ।। ୧୩ || ସୃବୃଷ୍ଟିପାତ ହେତୁରୁ କୃଷକ ଚାଷକରି ନପାରଇ । ଶସ୍ୟ ଉତ୍ପାଦନ ଶକ୍ତି କୃଷକର ନିଶ୍ଚିତ କ୍ଷୟ ହୁଅଇ ।। ୧୪ || ପ୍ରବଳ ବରଷା ନଷ୍ଟଭ୍ରଷ୍ଟ କରେ ଶସ୍ୟଖେତ ଘରଦ୍ଵାର । ସୁଷମ ବରଷା ପାଳଇ ସକଳେ ଉପୁଜେ ଶସ୍ୟ ସମ୍ଭାର ! ୧୫ || ରିମି ଝିମି ବର୍ଷା ନହୁଅଇ ଯଦି ଗଗନ ଧରଣୀ ପରେ । ଘାସ ଗଛଟିଏ ଦେଖୁବାକୁ ସ୍ୱପ୍ନ ହୋଇଯିବ ଅବହେଳେ || ୧୬ || ଜଳରୁ ମେଘ ଜଳକଣା ନେଇ ବର୍ଷ କରେ ଜଳଦାନ । ବର୍ଷା କମିଗଲେ କ୍ଷୀଣ ହୋଇଯାଏ , ସାଗରର ଯଶ ମାନ || ୧୭ || ବରଷା ଯଦିଚ ନ ହୁଅଇ ତା’ର ଗଗନରୁ ଯଥାକାଳେ । ନିତ୍ୟ ଦେବପୂଜା ଉତ୍ସବ ସକଳ ଲୋପହେବ ନିଶ୍ଚିତରେ ।। ୧୮ || ସୁବିଶାଳ ଏହି ଜଗତର ଯେତେ ଦାନପୁଣ୍ୟ ତପମାନ । ଅନାବୃଷ୍ଟି ହେତୁ ଏସବୁ ମହତ କର୍ମ ହୋଇଯାଏ କ୍ଷୀଣ ।। ୧୯ || ସଲିଳ ବିହୁନେ ଅଚଳ ଜଗତେ ହୁଏ କରମ ସକଳ । ବରଷା ବିହୁନେ ମିଳିବ ଜଗତେ କାହିଁ ଲୋଡ଼ା ଯେତେ ଜଳ || ୨୦ || |
ଅଧ୍ୟାୟ ୩ ସନ୍ୟାସୀ ମହିମା |
ଜ୍ଞାନବନ୍ତ ଯେଉଁ ସନ୍ନ୍ୟାସୀ ଯଦିଚ ସଦାଚାରଶୀଳ ହୁଏ । ଶାସ୍ତ୍ର ଉପଦେଶ ମାନି ଚଳେ ଯଦି ସନ୍ୟାସୀ ଶ୍ରେଷ୍ଠ ବୋଲାଏ | ୨୧ || ସନ୍ୟାସୀର ଯେତେ ଯେତେକ ମହିମା ଜାଣିବା ପ୍ରୟାସ କଲେ । ଜଗତରେ କେତେ ମୃତ ଲୋକ ତାହା ଗଣନା କରିବା ତୁଲେ || ୨୨ || ଜନ୍ମ ମୃତ୍ୟୁ ମୋକ୍ଷ ତତ୍ତ୍ବ ଜ୍ଞାନ ଲଭି କଲେ ସନ୍ନ୍ୟାସ ଗ୍ରହଣ । ମହିମା ତାଙ୍କର ପ୍ରକାଶ ଲଭଇ ସାରା ଜଗତରେ ଜାଣ ।। ୨୩ ।। ଜ୍ଞାନର ଅଙ୍କୁଶ ଦୃଢ଼ଭରେ ଚାଳି ଇନ୍ଦ୍ରିୟ କରିଲେ ବଶ । ମୋକ୍ଷଲାଭ ସୂତ୍ର ଅକାରୀ ହୋଇ ଲଭିବ ଅକ୍ଷୟ ଯଶ ।। ୨୪ || ଇନ୍ଦ୍ରିୟପଞ୍ଚକ ଯା’ର ନିୟନ୍ତ୍ରିତ ଅଗାଧଶକ୍ତି ତାହାର । ସ୍ଵର୍ଗ ଅଧୀଶ୍ୱର ମଘବା ଅଟନ୍ତି ବିଶିଷ୍ଟ ସାକ୍ଷୀ ତହିଁର ।। ୨୫ || କଷ୍ଟସାଧ୍ୟ କର୍ମ ଅନାୟାସେ କରେ ସେହି ସେ ମହାନ ଜନ । ଦୁଷ୍କର କର୍ମ ଯେ କରି ନ ପାରଇ ଅଧମ ରୂପେ ହିଁ ଗଣ୍ୟ || ୨୬ || ସ୍ପର୍ଶ ରୂପ ରସ ଗନ୍ଧ ଶବ୍ଦ ସୂକ୍ଷ୍ମରୂପ ପଞ୍ଚଭୂତଙ୍କର । ଏ ସବୁର ଗୂଢ଼ତ ଯେ ବୁଝାଇ ବୁଝେ ତ ଜଗତର ।। ୨୭ || ମହିମା - ସିଦ୍ଧ ଯେ ସନ୍ୟାସୀ ତାଙ୍କର ବଚନ ଅମୋଘ ହୁଏ । ଗୃଢ଼ମନ୍ତ୍ର ରୂପେ ବାଣୀ ତାହାଙ୍କର ଜଗତେ ପ୍ରସିଦ୍ଧି ପାଏ ।। ୨୮ || ଶୀଳର ଶିଖର ଆରୂଢ଼ିଙ୍କ କୋପ କ୍ଷଣିକ ସେ ଭୟଙ୍କର । ତହିଁର କୁଫଳ ସହିବା ଅଟଇ ଅତିମାତ୍ରାରେ ଦୁଷ୍କର ।। ୨୯ || ସକଳ ଜୀବଙ୍କ ସହ ଦୟାପୂର୍ଣ୍ଣ ବ୍ୟବହାର ଯେହୁ କରେ । ଦୟାଶୀଳରୂପେ ଅଭିହିତ ହୁଏ ପରିଚିତ ଜଗତରେ ।। ୩୦ || |
ଅଧ୍ୟାୟ ୪ ଧର୍ମର ବିଶିଷ୍ଟତା |
ଧର୍ମାଚରଣରୁ ଉପଜାତ ହୁଏ ଧନ , କୀର୍ତ୍ତି ଜଗତର । ଧର୍ମରୁ ଅଧୁକ ଲାଭପ୍ରଦ କିବା ଅଛି କହ ମାନବର ? || ୩୧ || ଧର୍ମମାର୍ଗଠାରୁ ବଳି ଆଉ କିଛି ଅଛି କି ଜଗତେ ଶ୍ରେୟ । ଧର୍ମମାର୍ଗ ଭୁଲି ଅଧର୍ମ କରିବାଠାରୁ ନାହିଁ କିଛି ହେୟ ।। ୩୨ || ଧର୍ମଯୁକ୍ତ କର୍ମ କରଣୀୟ ସଦା ମନ କର୍ମ ବଚନରେ । ଯଥାଶକ୍ତି ଧର୍ମ ଆଚରିବା ଶ୍ରେୟ ସବୁଠାରେ ସଦାବେଳେ ।। ୩୩ ।। ନିର୍ମଳ ମନରେ ସମ୍ପାଦିତ କର୍ମ ସାର ଧର୍ମ ବିବେଚିତ । ହୃଦ ମନ ବିରହିତ କର୍ମମାନ ଆଡ଼ମ୍ବର ଅକିଞ୍ଚିତ ।। ୩୪ । କ୍ରୋଧ ଲୋଭ ଈର୍ଷା ବିରହିତ କର୍ମ କଟୁତାହୀନ ବଚନ । ଧର୍ମରୂପେ ବିବେଚିତ ଜଗତରେ ଧର୍ମାଚରଣ ହିଁ ଧର୍ମ ।। ୩୫ || କଳିଗୋଳ କର ମରଣ ପର୍ଯ୍ୟନ୍ତ ଧର୍ମ କରିବାକୁ ଭୁଲ । ତନୁ ଛାଡ଼ି ପ୍ରାଣ ଗଲାବେଳେ ଏକା ଧର୍ମ ସାଥୀ ମାନବର ।। ୩୬ || ଧର୍ମର ସୁଫଳ କେଉଁ ପରକାର କରି ହେବକି ପ୍ରମାଣ ? ସବାରି ଆରୂଢ଼ ଧର୍ମର ପ୍ରତୀକ ବାହକ ଅଧର୍ମ ଜାଣ ।। ୩୭ || ବିଅର୍ଥରେ ଦିନ ନ ହରାଇ ଯଦି ଧର୍ମକାର୍ଯ୍ୟ ଦିଏ ମନ । ସେହି ଧର୍ମ ଶିଳାରୂପେ ଠିଆହୋଇ ରୋବ ତା ’ ପୁନର୍ଜନ୍ମ ।। ୩୮ || ଧରମ କର୍ମର ସୁଫଳ ପ୍ରକୃତ ସୁଖଦାୟକ ଜୀବନେ । ଅନ୍ୟ କର୍ମରୁ ନ ମିଳଇ କି ସୁଖ ଅବା କୀ ଜନେ ।। ୩୯ || କରଣୀୟ ଯେଉଁ କର୍ଭବ୍ୟ ନରର ଧର୍ମଯୁକ୍ତ ତାହା ଜାଣ । ନିନ୍ଦନୀୟ ଯେଉଁ କର୍ମମାନ ତାହା ବର୍ଜନୀୟ ତତକ୍ଷଣ ।। ୪୦ || |
ଅଧ୍ୟାୟ ୫ ଗାର୍ହସ୍ଥ୍ୟ |
ଧର୍ମଶୀଳ ଯେଉଁ ଗୃହୀ ଅନ୍ୟ ତିନି ଆଶ୍ରମୀଙ୍କୁ ହିତକାରୀ । କରିଥାଏ ଯଥାସାଧ୍ୟ ସେମାନଙ୍କ
ସେବା ଧର୍ମ ଅନୁସରି ।। ୪୧ || ଗୃହୀ ସେମାନଙ୍କ ମଧ୍ୟରେ
ଦୀନଙ୍କ ଯଥାସାଧ୍ୟ ସେବା କରେ । ଅନାଥ ଆଶ୍ରୟହୀନ ଜନଙ୍କର
ପାଳନର ପଥ ଧରେ ।। ୪୨ || ଦେବ ପିତୃଲୋକ ଅତିଥୁ ବାନ୍ଧବ
ପାଞ୍ଚ ନିଜକୁ ମିଶାଇ । ଏ ସକଳଙ୍କର ନିର୍ବାହ କରିବା ଗୃହସ୍ଥର ଧର୍ମ କହି ।। ୪୩ ।। ପାପଭୀରୁ ହୋଇ ଧର୍ମ ଅନୁସରି
ଧନ ଅରଜନ କର । ଯଥୋଚିତ ଅଂଶ ଦିଅ ଦରିଦ୍ରକୁ
ରକ୍ଷାହେବ ପରିବାର ।। ୪୪ || ଗାର୍ହସ୍ଥ୍ୟ ଜୀବନ ପ୍ରେମପୂର୍ଣ୍ଣ
ତଥା ଧର୍ମଯୁକ୍ତ ଯଦି ହୁଏ । ଧନ୍ୟ ସେହି ଶୀଳଯୁକ୍ତ
ନର ବହୁ ସୁଫଳ ସେ ପ୍ରାପ୍ତ ହୁଏ ।। ୪୫ || ଧର୍ମ - ମାର୍ଗ ଅନୁସରି
ଗୃହୀ ଯଦି ନିର୍ବାହେ କର୍ତ୍ତବ୍ୟ କର୍ମ । ତେବେ ସେ କିପାଇଁ ଗ୍ରହଣ
କରିବ ଅପର କେଉଁ ଆଶ୍ରମ ? || ୪୬ || ଗାର୍ହସ୍ଥ୍ୟ ଧର୍ମକୁ ଉଚିତ
ମାର୍ଗରେ ଯେଉଁ ଗୃହସ୍ଥ ପାଳଇ । ସାଧକଗଣଙ୍କ ମଧ୍ୟରେ ମାନବ
ଅଗ୍ରଗଣ୍ୟ ସେ ବୋଲାଇ ।। ୪୭ || ନିଜ କର୍ତ୍ତବ୍ୟରୁ ବିଚ୍ୟୁତ
ନ ହୋଇ ସର୍ବେ ସୁପଥେ ଚଳାଏ । ଏ ରୂପ ଗୃହସ୍ଥ କ୍ଷମାଶୀଳ
ହେଲେ ସନ୍ନ୍ୟାସୀକୁ ବଳିଯାଏ । ୪୮ || ଗୃହୀର ଜୀବନଚର୍ଯ୍ୟା ହିଁ
ପରମ ଧର୍ମମାର୍ଗ କୁହାଯାଏ । ଅନବଦ୍ୟ ତାହା ଯଦିଚ ଗୃହସ୍ଥ
ନିନ୍ଦା ଏଡ଼ି ପାରୁଥାଏ || ୪୯ || ଧର୍ମ - ମାର୍ଗ ଅନୁସରି
ଗୃହୀ ଯଦି ପୂଜାପାଏ ଦେବପରି । ଇହକାଳ ପରେ ଦେବଲୋକେ ଲଭେ
ସମ୍ମାନ ଦେବତା ସରି ।। ୫୦ || |
ଅଧ୍ୟାୟ ୬ ସହଧର୍ମିଣୀ ଉର୍ଷ |
ଦୟାଗୁଣଶୀଳା ଭଉଁ ଅନୁଗାମୀ ଯେଉଁ ନାରୀ ଜୀବନରେ । ଆଦର୍ଶ ଗୃହିଣୀ ଯଦି ସେ ଭର୍ଭାର ଆୟତୁଲ୍ୟ ବ୍ୟୟ କରେ ।। ୫୧ || ହୋଇଥାଉ ଅନ୍ୟ ଗୁଣରେ ଭୂଷିତ ନ ଥିଲେ ଗୃହିଣୀ - ଗୁଣ । ଏରୂପ ଗୃହସ୍ଥ ନ ଲଭେ ଜଗତେ ସାର ଗୃହସ୍ଥ ଜୀବନ ।। ୫୨ || ଗୃହିଣୀ ଯଦ୍ୟପି ସୁଧର୍ମିଣୀ ତେବେ ଗୃହୀର ଜୀବନ ଧନ୍ୟ । ଗୃହିଣୀ ନୋହିଲେ ସୁଧର୍ମିଣୀ ଗୃହୀ ଜୀବନ ମହିମା - ଶୂନ୍ୟ ।। ୫୩ ।। ଗୃହିଣୀରୁ ବଳି ଶ୍ରେଷ୍ଠ ସମ୍ପଦ ସେ କିସ ଲଭିପାରେ ନର । ଗୃହିଣୀ ପାଳଇ ଯଦି ପତିବ୍ରତା - ବ୍ରତ ହୋଇ ଦୃଢ଼ତର ।। ୫୪ || ସତୀନାରୀ ପୂଜା ନ କରେ ଦେବତା ପୂଜଇ ସ୍ୱାମୀ ତାହାରି । ମେଘକୁ ବରଷ ' ବୋଲି କହିଲେ ସେ ଗଗନୁ ବରଷେ ବାରି ।। ୫୫ || ରକ୍ଷାକରେ ଯେଉଁ ଗୃହିଣୀ ନିଜର ସତୀତ୍ଵ ସ୍ଵାମୀର ଯଶ । ଗୃହର ସୁଯଶ ରକ୍ଷାକରେ ତଥା ସେହି ଗୃହିଣୀ ବିଶେଷ ।। ୫୬ || ନାରୀର ସତୀତ୍ୱ ରକ୍ଷା କରି ପାଳେ ପାତିବ୍ରତ୍ୟ ଧର୍ମ ତା’ର । କାରାଗାର ରଚି ପ୍ରହରୀ ରଖୁବା ନୁହେଁ ଉପାୟ ତହିଁର ।। ୫୭ || ପତିକୁ ସମ୍ମାନ ପୂଜା ଅରପିଲେ ପ୍ରେମ ତାହାର ଲଭିବ । ଇହଲୋକ ତଥା ଦେବଲୋକେ ବହୁ ସମ୍ମାନ ଲାଭ କରିବ ।। ୫୮ || ଗୃହିଣୀ ଯଦିଚ ରକ୍ଷା ନ କରଇ ପତିବ୍ରତା ଯଶ ମାନ । ଭର୍ଭା କି ନିନ୍ଦୁକ ପାଖେ କରିପାରେ ଶାର୍ଦ୍ଧଳ ସମ ଗୁମାନ ।। ୫୯ || ଗୃହିଣୀ ଚରିତ୍ର ଉପରେ ନିର୍ଭର ଗୃହ ଯଶ ଗୁଣ ମାନ । ଗୃହିଣୀର ଦିବ୍ୟଭୂଷଣ ତାହାର ସୁଯୋଗ୍ୟ ସନ୍ତାନ ଗଣ ।। ୬୦ || |
ଅଧାୟ ୭ ସନ୍ତାନ |
ଧୀମାନ ସନ୍ତାନଠାରୁ ସମକ ସୁଯୋଗ୍ୟ କେଉଁ ବିଭବ ? ଜଗତରେ ତହୁଁ ଅଧୁକ ସୁଯୋଗ୍ୟ ବିଭବ କାହୁଁ ମିଳିବ ? 11 ୬୧ || ସପତ ଜନମତକ ଜନନୀକୁ ଛୁଇଁ କି ପାରେ ଅନିଷ୍ଟ । ଯଦ୍ୟପି ସେ ଲାଭ କରଇ ସନ୍ତାନ ବଳବାନ ଗୁଣଶ୍ରେଷ୍ଠ ।। ୬୨ || ନିଜ ସନ୍ତାନର ସୁକର୍ମ ହେତୁରୁ ନିଜେ ଲଭେ କୀଭିଯଶ । ସନ୍ତାନ ଆବର ବୁଦ୍ଧିମାନ ହେଲେ ଧନିକ ହୁଏ ଅବଶ୍ୟ ।। ୬୩ || ସନ୍ତାନର କ୍ଷୁଦ୍ର କ୍ଷୁଦ୍ର ହାତେ ବଢ଼ା ଖାଦ୍ୟର ମିଷ୍ଟତା ଶ୍ରେଷ୍ଠ । ଦେବଗଣଙ୍କର ସୁସ୍ବାଦୁ ଅମୃତଠାରୁ ଅଟଇ ସ୍ଵାଦିଷ୍ଟ ।। ୬୪ || ସନ୍ତାନର ଅଙ୍ଗ ସ୍ପର୍ଶ ଲାଗେ ପିତାମାତାଙ୍କୁ ଅତି କୋମଳ । ତାହାର ଦରୋଟି ବଚନ ଶୁତିକୁ ସବୁଠାରୁ ସୁମଧୁର ।। ୬୫ || ଶୁଣି ନାହିଁ ଯେହୁ ଦରୋଟି ବଚନ ସନ୍ତାନର ନିଜ କାନେ । ବୀଣାର ନିଃସ୍ଵନ ବଂଶୀସ୍ଵନକୁ ସେ ସୁମଧୁର ବୋଲି ମଣେ ॥ ୬୬ || ପିତା କରେ ଉପକାର ସନ୍ତାନର କରି ତାକୁ ବିଦ୍ୟାଦାନ । ପଣ୍ଡିତ ସମାଜେ ପୁତ୍ର ଲଭିଥାଏ ମାନନୀୟ ଅଗ୍ରସ୍ଥାନ ।। ୬୭ || ସନ୍ତାନର ବିଦ୍ୟା ଅର୍ଜନ ନିଜକୁ ଦିଅଇ ଦିବ୍ୟ ସନ୍ତୋଷ । ବିଦ୍ୟାବାନ ପୁତ୍ର ସାରା ଜଗତକୁ ଦାନକରେ ପରିତୋଷ ।। ୬୮ || ପୁତ୍ରଜନ୍ମ ସୁଖଠାରୁ ସମକ ମାତାର ଆନନ୍ଦ ମନ । ମହାତ୍ମାଙ୍କ ଠାରୁ ଶୁଣେ ଯଦି ପୁତ୍ର ବିଦ୍ଵାନ ସୁଗୁଣବାନ ।। ୬୯ || ପିତା କରିଥିବା ସବୁ ଉପକାର ଶୁଝିଦିଏ ସୁସନ୍ତାନ । ଯଦି ' ଧନ୍ୟ ପିତା ଏହାର ’ କହନ୍ତି ସକଳ ଜଗତ ଜନ ।। ୭୦ || |
ଅଧ୍ୟାୟ ୮ ପ୍ରେମଭାବ |
ଅଟକାଇ ରଖିହେବ କି ହୃଦୟ ପ୍ରେମୀଜନ ପ୍ରେମଧାର । ପ୍ରକାଶ କରଇ ତାହା ଅନାୟାସେ ଅଶୁଧାର ନୟନର ।। ୭୧ || ପ୍ରେମଭାବ ହୃଦେ ନାହିଁ ଯାର ସଦା ରହେ ସ୍ବାର୍ଥରତ ହୋଇ । ପ୍ରେମୀଜନ ଅନ୍ୟ ନିମିତ୍ତ ତାହାର ଜୀବନଦାନ କରଇ ।। ୭୨ || ଦେହ ଦେହଗତ ପ୍ରାଣ ପ୍ରେମ ବଶୁ ହୋଇଛନ୍ତି ଏକତ୍ରିତ । ପ୍ରେମକୁ ସାକାର କରିବା ଉଦ୍ଦେଶ୍ୟ ଜ୍ଞାନୀ ଗୁଣୀଙ୍କର ମତ ।। ୭୩ ।। ଦେହପ୍ରାଣଙ୍କର ମିଳନ ପାଇଁକି ପ୍ରେମ ହିଁ ଉସ ତହିଁର । ତହିଁରୁ ଉଭୂତ ବନ୍ଧୁତା ଅଟଇ ମାନବ ସମ୍ପର୍କ ସାର ।। ୭୪ || ପ୍ରେମଭାବପୂର୍ଣ୍ଣ ଗ୍ରହୀ ଲାଭକରେ ସାଂସାରିକ ସୁଖ ଯେତେ । ପାରତ୍ରିକ ସୁଖ ଯୋଗ ଲିଭେ ତଥା ପଣ୍ଡିତ ଜନଙ୍କ ମତେ ।। ୭୫ || ପ୍ରେମ ଏକା ଧର୍ମ ସାଧନ ଉପାୟ ନୁହେଁ ଏହା ଗ୍ରହଣୀୟ । ସେହି ପ୍ରେମ କରିପାରେ ସମଭାବେ ଅଧର୍ମର ସୁସହାୟ ।। ୭୬ || ହାଡ଼ହୀନ କୀଟ ହୁଅଇ ଅସ୍ଥିର ଲଭି ସୌର ତାପ ଘର୍ମ । ନରକୁ ସେପରି କରେ ହରବର ତା’ର ପ୍ରେମହୀନ ଧର୍ମ ।। ୭୭ || ମରୁଭୂମି ମଧେ ରହେ ତରୁ ଯଥା ନବ କିଶଳୟ - ଶୂନ୍ୟ । ତଥା ଜଗତରେ ପ୍ରେମହୀନ ଜନ ରହେ ହୃଦୟ - ବିହୀନ ।। ୭୮ || ଅଙ୍ଗ ପ୍ରତ୍ୟଙ୍ଗର କେଉଁ ଲାଭ ଯଦି ହୃଦୟ ପ୍ରେମବିହୀନ । ଅନ୍ତର ଯାହାର ପ୍ରେମଭାବ - ଶୂନ୍ୟ ଶରୀର ଥାଇ କି କାମ ? || ୭୯ || ପ୍ରେମମାର୍ଗ ଅନୁସରଇ ଯେ ଜନ ପ୍ରାଣବନ୍ତ ତନୁ ତା’ର । ହୃଦି ପ୍ରେମଭାବ - ହୀନ ଯେଉଁ ଜନ ଅସ୍ଥି ଚର୍ମ ମାତ୍ର ସାର ।୮୦ || |
ଅଧାୟ ୯ ଅତିଥି ସତ୍କାର |
ସଂସାର ନିଜ ଚଳାଇ ଯେ ଗୃହସ୍ଥ ସଞ୍ଚଇ କିଛି ସମ୍ବଳ । ଆଦରେ ଅତି ସତ୍କାର କରିବା ସାର କର୍ତ୍ତବ୍ୟ ତାହାର ।। ୮୧ || ପଦାରେ ବସାଇଦେଇ ଅତିଥିକୁ ଭିତରେ ଆସନେ ବସି । ଅମୃତ ସେବନ କଲେ ହେଁ ସେ ନର ଅର୍ଜିବ ପାତକରାଶି ।। ୮୨ || ପ୍ରତିଦିନ ଯେହୁ ଅତିଥି ସତ୍କାର କରଇ ସଦା ଗୃହସ୍ଥ । ଜୀବନରେ ସେହୁ ଦରିଦ୍ରତାବଗୁଁ ନ ହୁଅଇ ଅସ୍ତବ୍ୟସ୍ତ ।। ୮୩ ।। ପ୍ରସନ୍ନ ଚିତ୍ତରେ ଯେ ନିତି କରଇ ଯୋଗ୍ୟ ଅତିଥ୍ୟ ସତ୍କାର । ଲକ୍ଷ୍ମୀଦେବୀ ତା’ର ସଦନରେ ସଦା ସୁଖେ କରନ୍ତି ବିହାର ।୮୪ || ଅତିଥିଗଣଙ୍କୁ ଖୁଆଇ ଗୃହସ୍ଥ ଶେଷରେ ଯେ ନିଜେ ଖାଏ । ତା ’ ବିଲରେ ଶସ୍ୟ ଉପୁଜାଇବାକୁ ମଞ୍ଜି କିବା ଲୋଡ଼ା ହୁଏ ।। ୮୫ || ଅତିଥି ସତ୍କାର କରି ଯେଉଁ ଜନ ଚାହିଁରହେ ଆନପାଇଁ । ତାକୁ ଦେବଲୋକେ ଅତିଥୀ ହେବାକୁ ସୁରେ ଥିବେ ବାଟ ଚାହିଁ ।। ୮୬ || ଆତିଥ୍ୟ - ଯଜ୍ଞର ସୁଫଳ କଳିବା ସମ୍ଭବ କିଦା ନୁହଇ । ଅତିଥର ନିଜ ସାମର୍ଥ୍ୟ ଉପରେ ତାହା ନିର୍ଭର କରଇ ।। ୮୭ || ଘୋର ପରିଶ୍ରମ କରି ସେଥୁବା ଧନସବୁ ଉଡ଼ିଯାଏ । କାନ୍ଦ ହତଭାଗା ଅତିଥ୍ୟ ସତ୍କାର ନ କରି ଏ ଦଶା ପାଏ ||୮୮|| ଅତିଥ ଅବଜ୍ଞା କରଇ ଯେ ଜନ ମୂଖି ମଧେ ସେହି ଗଣ୍ୟ । ଅମାପ ସମ୍ପଦ ଥାଇ ମଧ୍ୟ ସେହି ଲୋକ - ଚକ୍ଷୁରେ ନିଧନ ।। ୮୯ || ଆଘ୍ରାଣ ମାତ୍ରକେ ଶିରୀଷ ସୁମନ ଝାଉଁଳି ପଡ଼ଇ ହେଳେ । ସାମାନ୍ୟ ବିମୁଖ ଦେଖୁଲେ ଅତିଥ ତହିଁରୁ ବେଗେ ଝାଉଁଳେ ।। ୯ o || |
ଅଧାୟ ୧୦ ମଧୁର ଭାଷଣ |
ଧର୍ମପ୍ରାଣ ବ୍ୟକ୍ତି ମୁଖର ବଚନ ପ୍ରେମସିକ୍ତ ନିପଟ । ଶୀତଳ ମଧୁର ବଚନ ମନକୁ କରିଥାଏ ସଦା ତୃପ୍ତ ।। ୯୧ || ମନ - ପ୍ରସନ୍ନତା ସହିତ କଲେହେଁ ଦରିଦ୍ରକୁ ଭିକ୍ଷାଦାନ । ମୁଖ - ପ୍ରସନ୍ନତା ମଧୁର ଭାଷଣ ଥିବାହିଁ ବିହିତ ଜାଣ ।। ୯୨ || ମୁଖମଣ୍ଡଳରେ ପ୍ରଶାନ୍ତ ମଧୁର ପ୍ରିୟଭାବ ଧରି ପୁଣି । ଅମୃତ ମଧୁର ବଚନ କହିବା ସତ୍ୟ ଧର୍ମ ବୋଲି ଜାଣି ।। ୯୩ || କୋମଳ ମଧୁର ବଚନ ଯେ ସଦା କହି ତୋତେ ଜନମନ । ଦୁଃଖ - ବଦ୍ଧକ ଦରିଦ୍ରତା ତା ’ ସଙ୍ଗ ତ୍ୟାଗ କରଇ ବହନ || ୪ || ମୁଖେ ମୃଦୁ ପୁଣି ମଧୁର ବଚନ ନମ୍ର ସ୍ଵଭାବ ଯାହାର । ଜଗତରେ ଶ୍ରେଷ୍ଠ ଭୂଷଣ ତାହାହିଁ ଅନ୍ୟ କିବା ଅଳଙ୍କାର ।। ୯୫ || ଅଧର୍ମର ହ୍ରାସ ହୁଅଇ ତୁରିତ ସୁଧର୍ମର ଅଭୁଝାନ । ବାଛି ବାଛି ଯଦି ସୁମିଷ୍ଟ ବଚନ କହଇ ସଦା ସୁଜନ ୯୬ || ମଧୁର କୋମଳ ମିଷ୍ଟ ଶିଷ୍ଟ କଥା ଅପରକୁ ସୁଖକର । ନିଜକୁ ଦିଅଇ ନ୍ୟାୟନୀତିଜ୍ଞାନ ସୁକୃତି ପ୍ରଦାନକର ।। ୯୭ || ନୀଚଭାବ ବିରହିତ ମିଷ୍ଟଭାଷା କରଇ ଯେ ବ୍ୟବହାର । ଇହଲୋକ ପରଲୋକେ ସୁଖ ଭୋଗ ଲଭଇ ସେ ନିରନ୍ତର ।। ୯୮ || ମଧୁର ବଚନ ମିଷ୍ଟ ଫଳ ସମ ସ୍ବାଦ ଜାଣିଥାଏ ଯିଏ । କଟୁକ ବଚନ କିପାଇଁ କହିବ ସନ୍ତାପ କେବଳ ଦିଏ । ୯୯ || ସୁମଧୁର ବାଣୀ ଛାଡ଼ି ଯେଉଁ ଜନ କହଇ କଟୁ ବଚନ । ମିଷ୍ଟ ପରିପକ୍ଵ ଫଳ ଥାଉଁ ଥାଉଁ କଞ୍ଚ କରଇ ଭୋଜନ ।। ୧୦୦ || |
ସୁଚୀ ପତ୍ର
(Table of contents)
No comments:
Post a Comment