Monday, 24 April 2017

ଅଧ୍ୟାୟ: 1-10

ତିରୁ କୁରାଳ

ଅଧ୍ୟାୟ ୧  ଈଶ୍ବର ସ୍ତୁତି
ଅକାରରୁ ଅନ୍ୟସବୁ ବର୍ଣ୍ଣମାଳା ସମ୍ଭୁତ ଏହି ବିଶ୍ୱର ।
ଚରାଚର ବିଶ୍ୱ ଉପୁଜାଇଛନ୍ତି ଦୟାଳୁ ଆଦି Cଶ୍ୱର । । ୧ । ।
ଶାସ୍ତ୍ର ଅଧ୍ୟୟନ କରି କେଉଁ ଲାଭ ନାହିଁ ଯଦି ଶୁଦ୍ଧଜ୍ଞାନ
ଶୁଦ୍ଧଜ୍ଞାନମୟ ଭଗବାନ ପଦେ ନ କରେ ଯଦି ପ୍ରଣାମ । । ୨ । ।
ନିଜ ହୃଦଗତ ପ୍ରଭୁଙ୍କର ପାଦପଦ୍ମ ଯେହୁ ଲଭିପାରେ ।
ପ୍ରଭୁ ନିଜଧାମ ଉଚ୍ଚତମ ଲୋକେ ଚିରଦିନ ବାସକରେ । । ୩ । ।
ରାଗଦେ୍ୱଷ ହୀନ ପ୍ରଭୁର ଆଶ୍ରୟ ନେଇପାରେ ଯେଉଁ ଜନ ।
ସାଂସାରିକ ଦୁଃଖ ନ ଦିଏ ତାହାକୁ କୌଣସି କ୍ଳେଶ କଷଣ । । ୪ । ।
ପରମCଶ୍ୱର ସନ୍ନାମ ଭଜନେ ମଗ୍ନ ରହେ ଯେଉଁ ଜନ ।
ଅଜ୍ଞାନରୁ ଜାତ ଭଲମନ୍ଦ କର୍ମେ ବଣା ନ ହୁଏ ତା ମନ । । ୫ । ।
ପଞ୍ଚଇନ୍ଦ୍ରିୟ ନିଗ୍ରହ କରିନିଏ ଆଦି ଦେବଙ୍କ ଶରଣ ।
ଧର୍ମପଥ ଅନୁସରଇ ସର୍ବଦା ନିତ୍ୟ ସୁଖୀ ସେହି ଜାଣ । । ୬ । ।
ଅନୁପମ ପ୍ରଭୁପରମେଶ୍ୱରଙ୍କ ଶରଣାଗତ ହୁଅଇ ।
ଜଗତରେ ଥାଇ ଚିନ୍ତାମୁକ୍ତ ହୋଇ ସୁଖ ସମ୍ଭୋଗ ଲଭଇ । । ୭ । ।
ଧର୍ମସିନ୍ଧୁ କରୁଣେଶ Cଶ୍ୱରଙ୍କ ଶରଣାଗତ ଯେ ନର ।
ସେହି ନାବ ଯୋଗେ ଭବ ଦୁଃଖ-ସିନ୍ଧୁ ହୋଇ ପାରିବ ସେ ପାର । । ୮ । ।
ଚେତନା-ବିହୀନ ଶିର ଥାଇ ଶିର ନ ଥ#ବା ସହ ସମାନ ।
ଅଷ୍ଟଗୁଣଯୁକ୍ତ ପ୍ରଭୁପାଦେ ଯଦି କରଇ ନାହିଁ ପ୍ରଣାମ । । ୯ । ।
ପ୍ରଭୁର ଶରଣ ନେଇ ନର ଭବ-ଦୁସ୍ତର ସିନ୍ଧୁ ତରଇ ।
ଶରଣ ନ ନେଇ କେହି କେବେ ସେହି ସିନ୍ଧୁ ପାର ହୋଇ ନାହିଁ । । ୧୦ । ।

ଅଧ୍ୟାୟ ୨ ବର୍ଷାମାହାତ୍ମ୍ୟ
ଗଗନ ମଣ୍ଡଳୁ ବୃଷ୍ଟିପାତ ହେତୁ ଜୀବିତ ରହେ ସଂସାର ।
ସେହେତୁ ଜଗତ ମାନ୍ୟତା ଦିଅଇ ବୃଷ୍ଟି ଅମୃତର ଧାର । । ୧୧ । ।
ବର୍ଷାଜଳ ଉପୁଜାଏ ନାନା ଶସ୍ୟ ଜନଗଣଙ୍କ ଆହାର ।
ସେହି ବର୍ଷାଜଳ ଆବର ପାନୀୟ ଅଟେ ଜନଗଣଙ୍କର । । ୧୨ । ।
ଜଳକଣାହୀନ ହୋଇଲେ ଜଳଦ ନ ବରଷି ଯାଏ ଉଡ଼ି ।
ବୃଷ୍ଟିଉତ୍ସ ଜଳଧ# ଘେରା ବିଶ୍ୱର ଲୋକେ ଥାନ୍ତି ଭୋକେ ପଡ଼ି । । ୧୩ । ।
ସ୍ୱଳ୍ପବୃଷ୍ଟିପାତ ହେତୁରୁ କୃଷକ ଚାଷକରି ନପାରଇ ।
ଶସ୍ୟ ଉକ୍ସଊାଦନ ଶକ୍ତି କୃଷକର ନିଶ୍ଚିତ କ୍ଷୟ ହୁଅଇ । । ୧୪ । ।
ପ୍ରବଳ ବରଷା ନଷ୍ଟଭ୍ରଷ୍ଟ କରେ ଶସ୍ୟଖେତ ଘରଦ୍ୱାର ।
ସୁଷମ ବରଷା ପାଳଇ ସକଳେ ଉପୁଜେ ଶସ୍ୟ ସମ୍ଭାର । । ୧୫ । ।
ରିମି ଝିମି ବର୍ଷା ନହୁଅଇ ଯଦି ଗଗନୁ ଧରଣୀ ପରେ ।
ଘାସ ଗଛଟିଏ ଦେଖ#ବାକୁ ସ୍ୱପ୍ନ ହୋଇଯିବ ଅବହେଳେ । । ୧୬ । ।
ଜଳଧ#ରୁ ମେଘ ଜଳକଣା ନେଇ ବର୍ଷି କରେ ଜଳଦାନ ।
ବର୍ଷା କମିଗଲେ କ୍ଷୀଣ ହୋଇଯାଏ, ସାଗରର ଯଶ ମାନ । । ୧୭ । ।
ବରଷା ଯଦିଚ ନ ହୁଅଇ ତା'ର ଗଗନରୁ ଯଥାକାଳେ ।
ନିତ୍ୟ ଦେବପୂଜା ଉତ୍ସବ ସକଳ ଲୋପହେବ ନିଶ୍ଚିତରେ । । ୧୮ । ।
ସୁବିଶାଳ ଏହି ଜଗତର ଯେତେ ଦାନପୁଣ୍ୟ ତପମାନ ।
ଅନାବୃଷ୍ଟି ହେତୁ ଏସବୁ ମହତ କର୍ମ ହୋଇଯାଏ କ୍ଷୀଣ । । ୧୯ । ।
ସଲିଳ ବିହୁନେ ଅଚଳ ଜଗତେ ହୁଏ କରମ ସକଳ ।
ବରଷା ବିହୁନେ ମିଳିବ ଜଗତେ କାହୁଁ ଲୋଡ଼ା ଯେତେ ଜଳ । । ୨୦ । ।

ଅଧ୍ୟାୟ ୩  ସନ୍ନ୍ୟାସୀ ମହିମା
ଜ୍ଞାନବନ୍ତ ଯେଉଁ ସନ୍ନ୍ୟାସୀ ଯଦିଚ ସଦାଚାରଶୀଳ ହୁଏ ।
ଶାସ୍ତ୍ର ଉପଦେଶ ମାନି ଚଳେ ଯଦି ସନ୍ନ୍ୟାସୀ ଶ୍ରେଷ୍ଠ ବୋଲାଏ । । ୨୧ । ।
ସନ୍ନ୍ୟାସୀର ଯେତେ ଯେତେକ ମହିମା ଜାଣିବା ପ୍ରୟାସ କଲେ ।
ଜଗତରେ କେତେ ମୃତ ଲୋକ ତାହା ଗଣନା କରିବା ତୁଲେ । । ୨୨ । ।
ଜନ୍ମ ମୃତୁ୍ୟ ମୋକ୍ଷ ତତ୍ତ୍ୱ ଜ୍ଞାନ ଲଭି କଲେ ସନ୍ନ୍ୟାସ ଗ୍ରହଣ ।
ମହିମା ତାଙ୍କର ପ୍ରକାଶ ଲଭଇ ସାରା ଜଗତରେ ଜାଣ । । ୨୩ । ।
ଜ୍ଞାନର ଅଙ୍କୁଶ ଦୃଢ଼ଭରେ ଚାଳି ଇନ୍ଦ୍ରିୟ କରିଲେ ବଶ ।
ମୋକ୍ଷଲାଭ ସୂତ୍ର ଅଧ#କାରୀ ହୋଇ ଲଭିବ ଅକ୍ଷୟ ଯଶ । । ୨୪ । ।
ଇନ୍ଦ୍ରିୟପଞ୍ଚକ ଯା'ର ନିୟନ୍ତ୍ରିତ ଅଗାଧଶକ୍ତି ତାହାର ।
ସ୍ୱର୍ଗ ଅଧୀଶ୍ୱର ମଘବା ଅଟନ୍ତି ବିଶିଷ୍ଟ ସାକ୍ଷୀ ତହିଁର । । ୨୫ । ।
କଷ୍ଟସାଧ୍ୟ କର୍ମ ଅନାୟାସେ କରେ ସେହି ସେ ମହାନ ଜନ ।
ଦୁଷ୍କର କର୍ମ ଯେ କରି ନ ପାରଇ ଅଧମ ରୂପେ ହିଁ ଗଣ୍ୟ । । ୨୬ । ।
ସ୍ପର୍ଶ ରୂପ ରସ ଗନ୍ଧ ଶବ୍ଦ ସୂକ୍ଷ୍ମରୂପ ପଞ୍ଚଭୂତଙ୍କର ।
ଏ ସବୁର ଗୂଢ଼ତତ୍ତ୍ୱ ଯେ ବୁଝଇ ବୁଝେ ତତ୍ତ୍ୱ ଜଗତର । । ୨୭ । ।
ମହିମା-ସିଦ୍ଧ ଯେ ସନ୍ନ୍ୟାସୀ ତାଙ୍କର ବଚନ ଅମୋଘ ହୁଏ ।
ଗୂଢ଼ମନ୍ତ୍ର ରୂପେ ବାଣୀ ତାହାଙ୍କର ଜଗତେ ପ୍ରସିଦ୍ଧି ପାଏ । । ୨୮ । ।
ଶୀଳର ଶିଖର ଆରୂଢ଼ଙ୍କ କୋପ କ୍ଷଣିକ ସେ ଭୟଙ୍କର ।
ତହିଁର କୁଫଳ ସହିବା ଅଟଇ ଅତିମାତ୍ରାରେ ଦୁଷ୍କର । । ୨୯ । ।
ସକଳ ଜୀବଙ୍କ ସହ ଦୟାପୂର୍ଣ୍ଣ ବ୍ୟବହାର ଯେହୁ କରେ ।
ଦୟାଶୀଳରୂପେ ଅଭିହିତ ହୁଏ ପରିଚିତ ଜଗତରେ । । ୩୦ । ।

ଅଧ୍ୟାୟ ୪  ଧର୍ମର ବିଶିଷ୍ଟତା
ଧର୍ମାଚରଣରୁ ଉପଜାତ ହୁଏ ଧନ, କୀର୍ତ୍ତି ଜଗତର ।
ଧର୍ମରୁ ଅଧ#କ ଲାଭପ୍ରଦ କିବା ଅଛି କହ ମାନବର ? । । ୩୧ । ।
ଧର୍ମମାର୍ଗଠାରୁ ବଳି ଆଉ କିଛି ଅଛି କି ଜଗତେ ଶ୍ରେୟ ।
ଧର୍ମମାର୍ଗ ଭୁଲି ଅଧର୍ମ କରିବାଠାରୁ ନାହିଁ କିଛି ହେୟ । । ୩୨ । ।
ଧର୍ମଯୁକ୍ତ କର୍ମ କରଣୀୟ ସଦା ମନ କର୍ମ ବଚନରେ ।
ଯଥାଶକ୍ତି ଧର୍ମ ଆଚରିବା ଶ୍ରେୟ ସବୁଠାରେ ସଦାବେଳେ । । ୩୩ । ।
ନିର୍ମଳ ମନରେ ସମ୍ପାଦିତ କର୍ମ ସାର ଧର୍ମ ବିବେଚିତ ।
ହୃଦ ମନ ବିରହିତ କର୍ମମାନ ଆଡ଼ମ୍ବର ଅକିଞ୍ଚ#ତ । । ୩୪ । ।
କ୍ରୋଧ ଲୋଭ Cର୍ଷା ବିରହିତ କର୍ମ କଟୁତାହୀନ ବଚନ ।
ଧର୍ମରୂପେ ବିବେଚିତ ଜଗତରେ ଧର୍ମାଚରଣ ହିଁ ଧର୍ମ । । ୩୫ । ।
କଳିଗୋଳ କର ମରଣ ପର୍ଯ୍ୟନ୍ତ ଧର୍ମ କରିବାକୁ ଭୁଲ ।
ତନୁ ଛାଡ଼ି ପ୍ରାଣ ଗଲାବେଳେ ଏକା ଧର୍ମ ସାଥୀ ମାନବର । । ୩୬ । ।
ଧର୍ମର ସୁଫଳ କେଉଁ ପରକାର କରି ହେବକି ପ୍ରମାଣ ?
ସବାରି ଆରୂଢ଼ ଧର୍ମର ପ୍ରତୀକ ବାହକ ଅଧର୍ମ ଜାଣ । । ୩୭ । ।
ବିଅର୍ଥରେ ଦିନ ନ ହରାଇ ଯଦି ଧର୍ମକାର୍ଯେ୍ୟ ଦିଏ ମନ ।
ସେହି ଧର୍ମ ଶିଳାରୂପେ ଠିଆହୋଇ ରୋଧ#ବ ତା' ପୁନର୍ଜନ୍ମ । । ୩୮ । ।
ଧରମ କର୍ମର ସୁଫଳ ପ୍ରକୃତ ସୁଖଦାୟକ ଜୀବନେ ।
ଅନ୍ୟ କର୍ମରୁ ନ ମିଳଇ କିଞ୍ଚ#ତ ସୁଖ ଅବା କୀର୍ତ୍ତି ଜନେ । । ୩୯ । ।
କରଣୀୟ ଯେଉଁ କର୍ତ୍ତବ୍ୟ ନରର ଧର୍ମଯୁକ୍ତ ତାହା ଜାଣ ।
ନିନ୍ଦନୀୟ ଯେଉଁ କର୍ମମାନ ତାହା ବର୍ଜନୀୟ ତତକ୍ଷଣ । । ୪୦ । ।

ଅଧ୍ୟାୟ ୫  ଗାର୍ହସ୍ଥ୍ୟ
ଧର୍ମଶୀଳ ଯେଉଁ ଗୃହୀ ଅନ୍ୟ ତିନି ଆଶ୍ରମୀଙ୍କୁ ହିତକାରୀ ।
କରିଥାଏ ଯଥାସାଧ୍ୟ ସେମାନଙ୍କ ସେବା ଧର୍ମ ଅନୁସରି । । ୪୧ । ।
ଗୃହୀ ସେମାନଙ୍କ ମଧ୍ୟରେ ଦୀନଙ୍କ ଯଥାସାଧ୍ୟ ସେବା କରେ ।
ଅନାଥ ଆଶ୍ରୟହୀନ ଜନଙ୍କର ପାଳନର ପଥ ଧରେ । । ୪୨ । ।
ଦେବ ପିତୃଲୋକ ଅତିଥ# ବାନ୍ଧବ ପାଞ୍ଚ ନିଜକୁ ମିଶାଇ ।
ଏ ସକଳଙ୍କର ନିର୍ବାହ କରିବା ଗୃହସ୍ଥର ଧର୍ମ କହି । । ୪୩ । ।
ପାପଭୀରୁ ହୋଇ ଧର୍ମ ଅନୁସରି ଧନ ଅରଜନ କର ।
ଯଥୋଚିତ ଅଂଶ ଦିଅ ଦରିଦ୍ରକୁ ରକ୍ଷାହେବ ପରିବାର । । ୪୪ । ।
ଗାର୍ହସ୍ଥ୍ୟ ଜୀବନ ପ୍ରେମପୂର୍ଣ୍ଣ ତଥା ଧର୍ମଯୁକ୍ତ ଯଦି ହୁଏ ।
ଧନ୍ୟ ସେହି ଶୀଳଯୁକ୍ତ ନର ବହୁ ସୁଫଳ ସେ ପ୍ରାପ୍ତ ହୁଏ । । ୪୫ । ।
ଧର୍ମ-ମାର୍ଗ ଅନୁସରି ଗୃହୀ ଯଦି ନିର୍ବାହେ କର୍ତ୍ତବ୍ୟ କର୍ମ ।
ତେବେ ସେ କିପାଇଁ ଗ୍ରହଣ କରିବ ଅପର କେଉଁ ଆଶ୍ରମ ? । । ୪୬ । ।
ଗାର୍ହସ୍ଥ୍ୟ ଧର୍ମକୁ ଉଚିତ ମାର୍ଗରେ ଯେଉଁ ଗୃହସ୍ଥ ପାଳଇ ।
ସାଧକଗଣଙ୍କ ମଧ୍ୟରେ ମାନବ ଅଗ୍ରଗଣ୍ୟ ସେ ବୋଲାଇ । । ୪୭ । ।
ନିଜ କର୍ତ୍ତବ୍ୟରୁ ବିଚୁ୍ୟତ ନ ହୋଇ ସର୍ବେ ସୁପଥେ ଚଳାଏ ।
ଏ ରୂପ ଗୃହସ୍ଥ କ୍ଷମାଶୀଳ ହେଲେ ସନ୍ନ୍ୟାସୀକୁ ବଳିଯାଏ । । ୪୮ । ।
ଗୃହୀର ଜୀବନଚର୍ଯ୍ୟା ହିଁ ପରମ ଧର୍ମମାର୍ଗ କୁହାଯାଏ ।
ଅନବଦ୍ୟ ତାହା ଯଦିଚ ଗୃହସ୍ଥ ନିନ୍ଦା ଏଡ଼ି ପାରୁଥାଏ । । ୪୯ । ।
ଧର୍ମ-ମାର୍ଗ ଅନୁସରି ଗୃହୀ ଯଦି ପୂଜାପାଏ ଦେବପରି ।
ଇହକାଳ ପରେ ଦେବଲୋକେ ଲଭେ ସମ୍ମାନ ଦେବତା ସରି । । ୫୦ । ।

ଧ୍ୟାୟ ୬  ସହଧର୍ମିଣୀ ଉତ୍କର୍ଷ
ଦୟାଗୁଣଶୀଳା ଭର୍ତ୍ତା ଅନୁଗାମୀ ଯେଉଁ ନାରୀ ଜୀବନରେ ।
ଆଦର୍ଶ ଗୃହିଣୀ ଯଦି ସେ ଭର୍ତ୍ତାର ଆୟତୁଲ୍ୟ ବ୍ୟୟ କରେ । । ୫୧ । ।
ହୋଇଥାଉ ଅନ୍ୟ ଗୁଣରେ ଭୂଷିତ ନ ଥ#ଲେ ଗୃହିଣୀ-ଗୁଣ ।
ଏରୂପ ଗୃହସ୍ଥ ନ ଲଭେ ଜଗତେ ସାର ଗୃହସ୍ଥ ଜୀବନ । । ୫୨ । ।
ଗୃହିଣୀ ଯଦ୍ୟପି ସୁଧର୍ମିଣୀ ତେବେ ଗୃହୀର ଜୀବନ ଧନ୍ୟ ।
ଗୃହିଣୀ ନୋହିଲେ ସୁଧର୍ମିଣୀ ଗୃହୀ ଜୀବନ ମହିମା-ଶୂନ୍ୟ । । ୫୩ । ।
ଗୃହିଣୀରୁ ବଳି ଶ୍ରେଷ୍ଠ ସମ୍ପଦ ସେ କିସ ଲଭିପାରେ ନର ।
ଗୃହିଣୀ ପାଳଇ ଯଦି ପତିବ୍ରତା-ବ୍ରତ ହୋଇ ଦୃଢ଼ତର । । ୫୪ । ।
ସତୀନାରୀ ପୂଜା ନ କରେ ଦେବତା ପୂଜଇ ସ୍ୱାମୀ ତାହାରି ।
ମେଘକୁ "ବରଷ' ବୋଲି କହିଲେ ସେ ଗଗନୁ ବରଷେ ବାରି । । ୫୫ । ।
ରକ୍ଷାକରେ ଯେଉଁ ଗୃହିଣୀ ନିଜର ସତୀତ୍ୱ ସ୍ୱାମୀର ଯଶ ।
ଗୃହର ସୁଯଶ ରକ୍ଷାକରେ ତଥା ସେହି ଗୃହିଣୀ ବିଶେଷ । । ୫୬ । ।
ନାରୀର ସତୀତ୍ୱ ରକ୍ଷା କରି ପାଳେ ପାତିବ୍ରତ୍ୟ ଧର୍ମ ତା'ର ।
କାରାଗାର ରଚି ପ୍ରହରୀ ରଖ#ବା ନୁହେଁ ଉପାୟ ତହିଁର । । ୫୭ । ।
ପତିକୁ ସମ୍ମାନ ପୂଜା ଅରପିଲେ ପ୍ରେମ ତାହାର ଲଭିବ ।
ଇହଲୋକ ତଥା ଦେବଲୋକେ ବହୁ ସମ୍ମାନ ଲାଭ କରିବ । । ୫୮ । ।
ଗୃହିଣୀ ଯଦିଚ ରକ୍ଷା ନ କରଇ ପତିବ୍ରତା ଯଶ ମାନ ।
ଭର୍ତ୍ତା କି ନିନ୍ଦୁକ ପାଖେ କରିପାରେ ଶାର୍ଦ୍ଦୂଳ ସମ ଗୁମାନ । । ୫୯ । ।
ଗୃହିଣୀ ଚରିତ୍ର ଉପରେ ନିର୍ଭର ଗୃହ ଯଶ ଗୁଣ ମାନ ।
ଗୃହିଣୀର ଦିବ୍ୟଭୂଷଣ ତାହାର ସୁଯୋଗ୍ୟ ସନ୍ତାନ ଗଣ । । ୬୦ । ।

ଅଧ୍ୟାୟ ୭  ସନ୍ତାନ
ଧୀମାନ ସନ୍ତାନଠାରୁ ସମଧ#କ ସୁଯୋଗ୍ୟ କେଉଁ ବିଭବ ?
ଜଗତରେ ତହୁଁ ଅଧ#କ ସୁଯୋଗ୍ୟ ବିଭବ କାହୁଁ ମିଳିବ ? । । ୬୧ । ।
ସପତ ଜନମତକ ଜନନୀକୁ ଛୁଇଁ କି ପାରେ ଅନିଷ୍ଟ ।
ଯଦ୍ୟପି ସେ ଲାଭ କରଇ ସନ୍ତାନ ବଳବାନ ଗୁଣଶ୍ରେଷ୍ଠ । । ୬୨ । ।
ନିଜ ସନ୍ତାନର ସୁକର୍ମ ହେତୁରୁ ନିଜେ ଲଭେ କୀର୍ତ୍ତିଯଶ ।
ସନ୍ତାନ ଆବର ବୁଦ୍ଧିମାନ ହେଲେ ଧନିକ ହୁଏ ଅବଶ୍ୟ । । ୬୩ । ।
ସନ୍ତାନର କ୍ଷୁଦ୍ର କ୍ଷୁଦ୍ର ହାତେ ବଢ଼ା ଖାଦ୍ୟର ମିଷ୍ଟତା ଶ୍ରେଷ୍ଠ ।
ଦେବଗଣଙ୍କର ସୁସ୍ାଦୁ ଅମୃତଠାରୁ ଅଟଇ ସ୍ାଦିଷ୍ଟ ୬୪
ସନ୍ତାନର ଅଙ୍ଗ ସ୍ପର୍ଶ ଲାଗେ ପିତାମାତାଙ୍କୁ ଅତି କୋମଳ ।
ତାହାର ଦରୋଟି ବଚନ ଶ୍ରୁତିକୁ ସବୁଠାରୁ ସୁମଧୁର । । ୬୫ । ।
ଶୁଣି ନାହିଁ ଯେହୁ ଦରୋଟି ବଚନ ସନ୍ତାନର ନିଜ କାନେ ।
ବୀଣାର ନିଃସ୍ ବଂଶୀସ୍ନକୁ ସେ ସୁମଧୁର ବୋଲି ମଣେ ୬୬
ପିତା କରେ ଉପକାର ସନ୍ତାନର କରି ତାକୁ ବିଦ୍ୟାଦାନ ।
ପଣ୍ଡିତ ସମାଜେ ପୁତ୍ର ଲଭିଥାଏ ମାନନୀୟ ଅଗ୍ରସ୍ଥାନ । । ୬୭ । ।
ସନ୍ତାନର ବିଦ୍ୟା ଅର୍ଜନ ନିଜକୁ ଦିଅଇ ଦିବ୍ୟ ସନ୍ତୋଷ ।
ବିଦ୍ୟାବାନ ପୁତ୍ର ସାରା ଜଗତକୁ ଦାନକରେ ପରିତୋଷ । । ୬୮ । ।
ପୁତ୍ରଜନ୍ମ ସୁଖଠାରୁ ସମଧ#କ ମାତାର ଆନନ୍ଦ ମନ ।
ମହାତ୍ମାଙ୍କ ଠାରୁ ଶୁଣେ ଯଦି ପୁତ୍ର ବିଦ୍ାନ ସୁଗୁଣବାନ ୬୯
ପିତା କରିଥ#ବା ସବୁ ଉପକାର ଶୁଝିଦିଏ ସୁସନ୍ତାନ ।
ଯଦି "ଧନ୍ୟ ପିତା ଏହାର' କହନ୍ତି ସକଳ ଜଗତ ଜନ । । ୭୦ । ।

ଅଧ୍ୟାୟ ୮  ପ୍ରେମଭାବ
ଅଟକାଇ ରଖ#ହେବ କି ହୃଦୟେ ପ୍ରେମୀଜନ ପ୍ରେମଧାର ।
ପ୍ରକାଶ କରଇ ତାହା ଅନାୟାସେ ଅଶ୍ରୁଧାର ନୟନର । । ୭୧ । ।
ପ୍ରେମଭାବ ହୃଦେ ନାହିଁ ଯାର ସଦା ରହେ ସ୍ାର୍ଥରତ ହୋଇ
ପ୍ରେମୀଜନ ଅନ୍ୟ ନିମିତ୍ତ ତାହାର ଜୀବନଦାନ କରଇ । । ୭୨ । ।
ଦେହ ଦେହଗତ ପ୍ରାଣ ପ୍ରେମ ବଶୁ ହୋଇଛନ୍ତି ଏକତ୍ରିତ ।
ପ୍ରେମକୁ ସାକାର କରିବା ଉଦ୍ଦେଶ୍ୟ ଜ୍ଞାନୀ ଗୁଣୀଙ୍କର ମତ । । ୭୩ । ।
ଦେହପ୍ରାଣଙ୍କର ମିଳନ ପାଇଁକି ପ୍ରେମ ହିଁ ଉତ୍ସ ତହିଁର ।
ତହିଁରୁ ଉଦ୍ଭୂତ ବନ୍ଧୁତା ଅଟଇ ମାନବ ସମ୍ପର୍କ ସାର । । ୭୪ । ।
ପ୍ରେମଭାବପୂର୍ଣ୍ଣ ଗୃହୀ ଲାଭକରେ ସାଂସାରିକ ସୁଖ ଯେତେ ।
ପାରତ୍ରିକ ସୁଖ ଯୋଗ ଲଭେ ତଥା ପଣ୍ଡିତ ଜନଙ୍କ ମତେ । । ୭୫ । ।
ପ୍ରେମ ଏକା ଧର୍ମ ସାଧନ ଉପାୟ ନୁହେଁ ଏହା ଗ୍ରହଣୀୟ ।
ସେହି ପ୍ରେମ କରିପାରେ ସମଭାବେ ଅଧର୍ମର ସୁସହାୟ । । ୭୬ । ।
ହାଡ଼ହୀନ କୀଟ ହୁଅଇ ଅସ୍ଥିର ଲଭି ସୌର ତାପ ଘର୍ମ ।
ନରକୁ ସେପରି କରେ ହରବର ତା'ର ପ୍ରେମହୀନ ଧର୍ମ । । ୭୭ । ।
ମରୁଭୂମି ମଧ୍ୟେ ରହେ ତରୁ ଯଥା ନବ କିଶଳୟ-ଶୂନ୍ୟ ।
ତଥା ଜଗତରେ ପ୍ରେମହୀନ ଜନ ରହେ ହୃଦୟ-ବିହୀନ । । ୭୮ । ।
ଅଙ୍ଗ ପ୍ରତ୍ୟଙ୍ଗର କେଉଁ ଲାଭ ଯଦି ହୃଦୟ ପ୍ରେମବିହୀନ ।
ଅନ୍ତର ଯାହାର ପ୍ରେମଭାବ-ଶୂନ୍ୟ ଶରୀର ଥାଇ କି କାମ ? । । ୭୯ । ।
ପ୍ରେମମାର୍ଗ ଅନୁସରଇ ଯେ ଜନ ପ୍ରାଣବନ୍ତ ତନୁ ତା'ର ।
ହୃଦ ପ୍ରେମଭାବ-ହୀନ ଯେଉଁ ଜନ ଅସ୍ଥି ଚର୍ମ ମାତ୍ର ସାର । । ୮୦ । ।

ଅଧ୍ୟାୟ ୯  ଅତିଥ# ସତ୍କାର
ସଂସାର ନିଜ ଚଳାଇ ଯେ ଗୃହସ୍ଥ ସଞ୍ଚଇ କିଛି ସମ୍ବଳ ।
ଆଦରେ ଅତିଥ# ସତ୍କାର କରିବା ସାର କର୍ତ୍ତବ୍ୟ ତାହାର ।୮୧ । ।
ପଦାରେ ବସାଇଦେଇ ଅତିଥ#କୁ ଭିତରେ ଆସନେ ବସି ।
ଅମୃତ ସେବନ କଲେ ହେଁ ସେ ନର ଅର୍ଜିବ ପାତକରାଶି । । ୮୨ । ।
ପ୍ରତିଦିନ ଯେହୁ ଅତିଥ# ସତ୍କାର କରଇ ସଦା ଗୃହସ୍ଥ ।
ଜୀବନରେ ସେହୁ ଦରିଦ୍ରତାବଶୁଁ ନ ହୁଅଇ ଅସ୍ତବ୍ୟସ୍ତ । । ୮୩ । ।
ପ୍ରସନ୍ନ ଚିତ୍ତରେ ଯେ ନିତି କରଇ ଯୋଗ୍ୟ ଅତିଥ# ସତ୍କାର ।
ଲକ୍ଷ୍ମୀଦେବୀ ତା'ର ସଦନରେ ସଦା ସୁଖେ କରନ୍ତି ବିହାର । । ୮୪ । ।
ଅତିଥ#ଗଣଙ୍କୁ ଖୁଆଇ ଗୃହସ୍ଥ ଶେଷରେ ଯେ ନିଜେ ଖାଏ ।
ତା' ବିଲରେ ଶସ୍ୟ ଉପୁଜାଇବାକୁ ମଞ୍ଜି କିବା ଲୋଡ଼ା ହୁଏ । । ୮୫ । ।
ଅତିଥ# ସତ୍କାର କରି ଯେଉଁ ଜନ ଚାହିଁରହେ ଆନପାଇଁ ।
ତାକୁ ଦେବଲୋକେ ଅତିଥ# ହେବାକୁ ସୁରେ ଥ#ବେ ବାଟ ଚାହିଁ । । ୮୬ । ।
ଆତିଥ୍ୟ-ଯଜ୍ଞର ସୁଫଳ କଳିବା ସମ୍ଭବ କଦା ନୁହଇ ।
ଅତିଥ#ର ନିଜ ସାମର୍ଥ୍ୟ ଉପରେ ତାହା ନିର୍ଭର କରଇ । । ୮୭ । ।
ଘୋର ପରିଶ୍ରମ କରି ସଞ୍ଚ##ବା ଧନସବୁ ଉଡ଼ିଯାଏ ।
କାନ୍ଦେ ହତଭାଗା ଅତିଥ# ସତ୍କାର ନ କରି ଏ ଦଶା ପାଏ । । ୮୮ । ।
ଅତିଥ# ଅବଜ୍ଞା କରଇ ଯେ ଜନ ମୂର୍ଖ ମଧ୍ୟେ ସେହି ଗଣ୍ୟ ।
ଅମାପ ସମ୍ପଦ ଥାଇ ମଧ୍ୟ ସେହି ଲୋକ-ଚକ୍ଷୁରେ ନିର୍ଧନ । । ୮୯ । ।
ଆଘ୍ରାଣ ମାତ୍ରକେ ଶିରୀଷ ସୁମନ ଝାଉଁଳି ପଡ଼ଇ ହେଳେ ।
ସାମାନ୍ୟ ବିମୁଖ ଦେଖ#ଲେ ଅତିଥ# ତହିଁରୁ ବେଗେ ଝାଉଁଳେ । । ୯୦ । ।

ଅଧ୍ୟାୟ ୧୦  ମଧୁର ଭାଷଣ
ଧର୍ମପ୍ରାଣ ବ୍ୟକ୍ତି ମୁଖର ବଚନ ପ୍ରେମସିକ୍ତ ନିଷ୍କପଟ ।
ଶୀତଳ ମଧୁର ବଚନ ମନକୁ କରିଥାଏ ସଦା ତୃପ୍ତ । । ୯୧ । ।
ମନ-ପ୍ରସନ୍ନତା ସହିତ କଲେହେଁ ଦରିଦ୍ରକୁ ଭିକ୍ଷାଦାନ ।
ମୁଖ-ପ୍ରସନ୍ନତା ମଧୁର ଭାଷଣ ଥ#ବାହିଁ ବିହିତ ଜାଣ । । ୯୨ । ।
ମୁଖମଣ୍ଡଳରେ ପ୍ରଶାନ୍ତ ମଧୁର ପ୍ରିୟଭାବ ଧରି ପୁଣି ।
ଅମୃତ ମଧୁର ବଚନ କହିବା ସତ୍ୟ ଧର୍ମ ବୋଲି ଜାଣି । । ୯୩ । ।
କୋମଳ ମଧୁର ବଚନ ଯେ ସଦା କହି ତୋଷେ ଜନମନ ।
ଦୁଃଖ-ବର୍ଦ୍ଧକ ଦରିଦ୍ରତା ତା' ସଙ୍ଗ ତ୍ୟାଗ କରଇ ବହନ । । ୯୪ । ।
ମୁଖେ ମୃଦୁ ପୁଣି ମଧୁର ବãନ ନମ୍ର ସ୍ଭାବ ଯାହାର
ଜଗତରେ ଶ୍ରେଷ୍ଠ ଭୂଷଣ ତାହାହିଁ ଅନ୍ୟ କିବା ଅଳଙ୍କାର । । ୯୫ । ।
ଅଧର୍ମର ହ୍ରାସ ହୁଅଇ ତୁରିତ ସୁଧର୍ମର ଅଭୁ୍ୟ‹ାନ ।
ବାଛି ବାଛି ଯଦି ସୁମିଷ୍ଟ ବଚନ କହଇ ସଦା ସୁଜନ । । ୯୬ । ।
ମଧୁର କୋମଳ ମିଷ୍ଟ ଶିଷ୍ଟ କଥା ଅପରକୁ ସୁଖକର ।
ନିଜକୁ ଦିଅଇ ନ୍ୟାୟନୀତିଜ୍ଞାନ ସୁକୃତି ପ୍ରଦାନକର । । ୯୭ । ।
ନୀଚଭାବ ବିରହିତ ମିଷ୍ଟଭାଷା କରଇ ଯେ ବ୍ୟବହାର ।
ଇହଲୋକ ପରଲୋକେ ସୁଖ ଭୋଗ ଲଭଇ ସେ ନିରନ୍ତର । । ୯୮ । ।
ମଧୁର ବଚନ ମିଷ୍ଟ ଫଳ ସମ ସ୍ାଦ ଜାଣିଥାଏ ଯିଏ
କଟୁକ ବଚନ କିପାଇଁ କହିବ ସନ୍ତାପ କେବଳ ଦିଏ । । ୯୯ । ।
ସୁମଧୁର ବାଣୀ ଛାଡ଼ି ଯେଉଁ ଜନ କହଇ କଟୁ ବଚନ ।
ମିଷ୍ଟ ପରିପକ୍ ଫଳ ଥାଉଁ ଥାଉଁ କଞ୍ଚା କରଇ ଭୋଜନ ୧୦୦


No comments:

Post a Comment